ସମ୍ବଲପୁରରେ ପୁଣି ସାଇବର୍‌ ଲୁଟ! ଲୋନ୍‌ ଦେବାକୁ କହି ୩୫ ହଜାର ଠକେଇ ଅଭିଯୋଗ

ସମ୍ବଲପୁର : ଅଇଁଠାପାଲି ଥାନା ଅଧୀନ ଅଞ୍ଚଳରେ ଆର୍‌ ବିଶି ସାଇବର୍‌ ଲୁଟ୍‌ର ଶିକାର ହୋଇଛନ୍ତି। ଗତ ୧୧ ତାରିଖ ସନ୍ଧ୍ୟାରେ ଏକ ବିଜ୍ଞାପନରେ ଲୋନ୍‌ ଦିଆଯାଉଥିବା ଶ୍ରୀ ବିଶି ଦେଖିଥିଲେ। ଏହାପରେ ସେଠାରେ ସାଇବର୍‌ ଠକ ଦେଇଥିବା ନମ୍ବରରେ ସେ ସମ୍ପର୍କ କରିଥିଲେ। ସାଇବର୍‌ ଠକ ଜଣକ ତାଙ୍କୁ ଲୋନ୍‌ ପ୍ରଦାନ କରିବା ଆଗରୁ ବିଭିନ୍ନ ତଥ୍ୟ ଦେବାକୁ କହିବା ପରେ ଲୋନ୍‌ ପାଇଁ ଅଗ୍ରୀମ ୩୫ ହଜାର ଟଙ୍କା ଦେବାକୁ କହିଥିଲା। ଲୋନ୍‌ ମିଳିବ ଭାବି ଶ୍ରୀ ବିଶି ସାଇବର୍‌ ଠକ କଥାରେ ୩୫ ହଜାର ଟଙ୍କା ଗୁଗୁଲ ପେ ମାଧ୍ୟମରେ ପେମେଣ୍ଟ କରିଦେଲେ।

ପେମେଣ୍ଟ ପରେ କୌଣସି ଲୋନ୍‌ ମିଳି ନଥିଲା। ତେବେ ଶ୍ରୀ ବିଶି ଲୋନ୍‌ ଦେବା ପାଇଁ କହିବାରୁ ସାଇବର୍‌ ଠକ ଜଣକ ତାଙ୍କ ଆଉ ୧୮ ହଜାର ଟଙ୍କା ପୈଠ କରିବାକୁ କହୁଛି। ସାଇବର୍‌ ଠକ କଥାରେ ସନ୍ଦେହ ହେବାରୁ ଶ୍ରୀ ବିଶି ଏ ନେଇ ସୋମବାର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର