ରାଜନଗର : ରାଜନଗର ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁର କୁଞ୍ଜବିହାରୀ ଦାସଙ୍କ ପୁଅ ସୁବ୍ରତ ଦାସକୁ ଦିଲ୍ଲୀ ସାଇବର ଥାନା ପୁଲିସ ମଳିଆବୁଦା ଗାଁରୁ ଉଠାଇ ନେଇଛି। ସୂଚନା ଅନୁସାରେ, ଆମେରିକାର ଜଣେ ନାଗରିକ ୫ କୋଟି ଟଙ୍କାର ସାଇବର୍ ଠକେଇର ଶିକାର ହୋଇଥିଲେ। ସେ ଏ ନେଇ ଦିଲ୍ଲୀ ସାଇବର୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିବା ପରେ ରାଜନଗର ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁର ସୁବ୍ରତର ସମ୍ପୃକ୍ତି ଜଣାପଡ଼ିଥିଲା। ପୁଲିସ ଖୋଳତାଡ଼ ଆରମ୍ଭ କରିବା ପରେ ସୁବ୍ରତ କୌଶଳ କ୍ରମେ ଦିଲ୍ଲୀରୁ ରାଜନଗର ଚାଲି ଆସିଥିଲା।
ସୁବ୍ରତର ପରିବାର ଲୋକେ ଦିଲ୍ଲୀରେ ରହୁଥିବାରୁ ସେ ଏହି ଥାନା ଅନ୍ତର୍ଗତ ମଳିଆବୁଦା ଗାଁରେ ନିଜ ଶ୍ବଶୁର ଘରେ ଲୁଚି ରହିଥିଲା। ରବିବାର ରାତି ପ୍ରାୟ ୮ଟା ସମୟରେ ଦିଲ୍ଲୀ ସାଇବର୍ ଥାନା ଇନ୍ସପେକ୍ଟର୍ ଜନିତ ମଲ୍ଲିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ରାଜନଗର ଥାନାରେ ପହଞ୍ଚିଥିଲେ। ରାଜନଗର ପୁଲିସ ସହାୟତାରେ ସୁବ୍ରତର ମୋବାଇଲ୍ ଟ୍ରାକ୍ କରାଯିବାରେ ସେ ପେଣ୍ଠ ବେଳାଭୂମିରେ ଥିବା ଜଣାପଡ଼ିଥିଲା। ସୁବ୍ରତ ବେଳାଭୂମିରେ ପରିବାର ସହ ବୁଲୁଥିବା ବେଳେ ପୁଲିସ ତାକୁ ସେଠାରୁ ରାଜନଗର ଥାନାକୁ ଉଠାଇ ଆଣିଥିଲା। ଥାନାରେ ପଚରାଉଚରା ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/arrest.jpg)