ଏଭଳି ସାଇବର ଠକଙ୍କ ଜାଲରୁ କେମିତି ରକ୍ଷା ପଇବେ? ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ପ୍ରଥମ ଫେସବୁକରେ ଦିଆ ଯାଇଥିବା ବିଜ୍ଞାପନକୁ ଯାଞ୍ଚ କରିବା ଦରକାର। ଯେଉଁ ଫୋନ୍ ନମ୍ବରରେ କଥା ହେଉଥିବା ବ୍ୟକ୍ତି କେଉଁ ଭାଷାରେ କଥା ହେଉଛନ୍ତି ତାହା ଜରୁରି। ଅଣଓଡ଼ିଆ କିମ୍ବା ହିନ୍ଦୀରେ କଥା ହେଉଥିଲେ ସହଜରେ ବିଶ୍ବାସକୁ ନେବା କଥା ନୁହେଁ। ସେହିପରି ସ୍ଥାନୀୟ ଅଞ୍ଚଳ ସମ୍ପର୍କରେ ତାଙ୍କର ଜ୍ଞାନ କଣ ରହିଛି ତାହା ମଧ୍ୟ ପଚାରି ବୁଝିନେବା ଉଚିତ୍। କୌଣସି ବାରକୋଡକୁ ସ୍କାନ୍ ନ କଲେ ଠକାମିରୁ ରକ୍ଷା ପାଇ ପାରିବେ। ସେହିପରି କେବଳ ଓଡ଼ିଶା ରାଜ୍ୟ ମଦ ନିଗମ(ଓଏସବିସି) ୱେବସାଇଟରେ ଦିଆ ଯାଇଥିବା ନମ୍ବରରେ ହିଁ ମଦ ଅର୍ଡର କରିହେବ ବୋଲି ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ କହିଛନ୍ତି।
ରାଜଧାନୀରେ ଘଟିଥିବା କିଛି ଘଟଣା
ମେ ୨୫: ଚନ୍ଦ୍ରଶେଖରପୁର ବିଡିଏ କଲୋନିରେ ରହୁଥିବା ଜଣେ ଛାତ୍ର ଅନ୍ଲାଇନ୍ରେ ମଦ କିଣିବା ବେଳେ ସାଇବର ଠକ ତାଙ୍କ ଆକାଉଣ୍ଟରୁ ୩୬ ହଜାର ଟଙ୍କା ଲୁଟି ନେଇଛି
ମେ ୨୪: ମଞ୍ଚେଶ୍ବର ଅଞ୍ଚଳର ଅଞ୍ଜନ ବାରିକ ନାମକ ଯୁବକ ଅନଲାଇନରେ ମଦ ଅର୍ଡର କରି ବାରକୋଡ୍ ସ୍କାନ କରିବା ପରେ ଆକାଉଣ୍ଟରୁ ଚାଲିଗଲା ୧ ଲକ୍ଷ ୩୭ ହଜାର ଟଙ୍କା।
ମେ ୨୨: ସମାନ ଢଙ୍ଗରେ ହଂସପାଳ ଅଞ୍ଚଳର ଜୀତଚନ୍ଦ୍ର ମହାପାତ୍ରଙ୍କ ଆକାଉଣ୍ଟରୁ ସାଇବର ଠକ ଲୁଟି ନେଲେ ୨ ଲକ୍ଷ ୪୦ ହଜାର ଟଙ୍କା।
ଏପ୍ରିଲ ୨: ରାଜଧାନୀର ଜଣେ ବ୍ୟାଙ୍କ ମ୍ୟାନେଜର ସାଇବର ଠକଙ୍କ ଜାଲରେ ପଡ଼ି ହରାଇଥିଲେ ୧୯ ହଜାର ଟଙ୍କା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/cyber-attack.jpg)