ସମ୍ବଲପୁର: ସମ୍ବଲପୁରର ଆଉ ଜଣେ ବ୍ୟକ୍ତି ଗୁଗୁଲ୍ରେ ନମ୍ବର ସର୍ଚ୍ଚ କରି ସାଇବର୍ ଠକେଇର ଶିକାର ହୋଇଛନ୍ତି। ସମ୍ବଲପୁର ଠେଲ୍କୋଲୋଇ ଥାନାା ଜେଏସ୍ଡବ୍ଲୁବିପିଏସ୍ଏଲ୍ର ରାଜାରାମ ମୌର୍ଯ୍ୟ ସାଇବର୍ ଠକ କଥାରେ ଏନିଡେସ୍କ ଆପ୍ ଡାଉନ୍ଲୋଡ୍ କରିବା ପରେ ଠକେଇର ଶିକାର ହୋଇଥିବା ଥାନାରେ ଶନିବାର ଲିଖିତ ଅଭିଯୋଗ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
କେମିତି ହୋଇଥିଲା ଠକେଇ
ମାର୍ଚ୍ଚ ୧ ତାରିଖ ରାଜାରାମ କ୍ରେଡ୍ ଆପ୍ରେ ଏଚ୍ଡିଏଫ୍ସି କ୍ରେଡିଟ୍ କାର୍ଡରୁ ୟୁପିଆଇ ଦ୍ବାରା ଏସ୍ବିଆଇ ଆକାଉଣ୍ଟକୁ ୧୯,୫୦୦ ଟଙ୍କା ପଠାଇଥିଲେ। ଉକ୍ତ ଟ୍ରାନ୍ଜେକସନ୍ଟି ଫେଲ୍ଡ ହୋଇଯାଇଥିଲା, କିନ୍ତୁ ଆକାଉଣ୍ଟରୁ ତାଙ୍କର ଟଙ୍କା କଟିଯାଇଥିଲା। କଟିଥିବା ଟଙ୍କା ମାର୍ଚ୍ଚ ୪ ତାରିଖ ଯାଏ ନଆସିବାରୁ ସେ ଗୁଗୁଲରେ ଏସ୍ବିଆଇ କଷ୍ଟମର୍ କେୟାର୍ ନମ୍ବର ସର୍ଚ୍ଚ କରିଥିଲେ। ଗୁଗୁଲରେ ସାଇବର୍ ଠକମାନେ ଏସ୍ବିଆଇ କଷ୍ଟମର୍ କେୟାର୍ ନାଁରେ ଛାଡ଼ିଥିବା ନମ୍ବରକୁ ସେ କଲ୍ କରିଥିଲେ ଏବଂ ତାଙ୍କ କଟିଥିବା ଟଙ୍କା ନ ଫେରିବା ବିଷୟରେ ଜଣାଇଥିଲେ।
ଏହାପରେ ଉକ୍ତ କଲ୍ଟି କଟିଯାଇଥିଲା। ଉକ୍ତ ନମ୍ବରରୁ କଲ୍ କଟିବା ପରେ ତୁରନ୍ତ ଅନ୍ୟ ଏକ ଅଜଣା ନମ୍ବରରୁ ରାଜାରାମଙ୍କର ଅନ୍ୟ ଏକ ନମ୍ବରକୁ କଲ୍ ଆସିଥିଲା। ତାପରେ ସାଇବର୍ ଠକ୍ ଜଣକ ତାଙ୍କୁ ଏସ୍ବିଆଇରୁ କହୁଛି କହି ସମସ୍ୟାର ସମାଧାନ ପାଇଁ ପ୍ଲେଷ୍ଟୋର୍ରୁ ଏନିଡେସ୍କ ଆପ୍ ଡାଉନ୍ଲୋଡ୍ କରିବାକୁ କହିଥିଲା। ସାଇବର୍ ଠକ କଥାରେ ଭରସା କରି ସେ ଏନିଡେସ୍କ ଆପ୍ ଡାଉନ୍ଲୋଡ୍ କରିଥିଲେ। ଏନିଡେସ୍କ ଇନ୍ଷ୍ଟଲ୍କରିବା ପରେ ସେୟାରିଂ ନମ୍ବର ସାଇବର୍ ଠକକୁ ଦେଇଥିଲେ। ତାପରେ ସାଇବର୍ ଠକ ଜଣକ ତାଙ୍କ ମୋବାଇଲ୍କୁ ନିଜେ ଅପରେଟ୍ କରିବା ଆରମ୍ଭ କରିଥିଲା। ସେ କିଛି ବୁଝିବା ଆଗରୁ ତାଙ୍କ ଏଚ୍ଡିଏଫ୍ସି କ୍ରେଡିଟ୍ କାର୍ଡରୁ ୩୬,୩୦୦ ଟଙ୍କା ଓ ଏସ୍ବିଆଇ ଆକାଉଣ୍ଟରୁ ୧୫ ହଜାର ଟଙ୍କା ସାଇବର୍ ଠକ କାଟି ନେଇଥିଲା।
ମୋଟ ଉପରେ ୫୧,୩୦୦ ଟଙ୍କା କଟିଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଫେଲ୍ଡ ହୋଇଥିବା ଟ୍ରାନ୍ଜେକସନ୍ରେ କଟିଥିବା ୧୯,୫୦୦ ଟଙ୍କା ପରେ ତାଙ୍କ ଆକାଉଣ୍ଟକୁ ଆସି ଯାଇଥିଲା।
ଏହି ବିବାହ ଶୋଭାଯାତ୍ରାରେ ଭୋଗରାଇ ବ୍ଲକ୍ ଅଧକ୍ଷ ପ୍ରବୀର ଗିରି, ବିଡିଓ ଶଙ୍କର ପଟ୍ଟନାୟକ, ମୌରସୀ ତପନ କୁମାର ପଣ୍ଡା, ସମାଜସେବୀ ବିଶ୍ୱଜିତ ଦାସ, ଆଇନଜୀବୀ ଭୁବନାନନ୍ଦ ଦାସ, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଚନ୍ଦ, ସେବାୟତ ବୁଦ୍ଧଦେବ ପଣ୍ଡା, ଦୀପକ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/15-7.jpg)