ସମ୍ବଲପୁରର ଆଉ ଜଣେ ସାଇବର୍‌ ଠକେଇର ଶିକାର: ଆକାଉଣ୍ଟରୁ କଟିଗଲା ୩୦ ହଜାର

ସମ୍ବଲପୁର: ସମ୍ବଲପୁରରେ ଜାଲ ବିଛେଇଛନ୍ତି ସାଇବର୍‌ ଠକ। ପ୍ରତିଦିନ ନୂଆ ନୂଆ ଉପାୟରେ ଲୋକଙ୍କୁ ଲୁଟୁଛନ୍ତି। ଅନେକ ଲୋକ ସାଇବର ଲୁଟେରାଙ୍କ ଯୋଜନାକୁ ବୁଝି ନପାରି ଲୋଭରେ ପଡ଼ି କିମ୍ବା ଭୟରେ ହରାଉଛନ୍ତି ହଜାର ହଜାର ଟଙ୍କା। ଗୁରୁବାର ସମ୍ବଲପୁର ଜିଲ୍ଲାରେ ଆଉ ଜଣେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି।  ଠେଲକୋଲୋଇ ଥାନା ଅଞ୍ଚଳରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ବଲାଙ୍ଗୀରର କମଳ କୁମାର ସାହୁ ଏଥର ସାଇଭର୍‌ ଠକଙ୍କ ଜାଲରେ ପଡ଼ି ହରାଇଛନ୍ତି ୩୦ ହଜାର ଟଙ୍କା।

ଗୁରୁବାର ଦିନ ୧ଟା ସମୟରେ ହଠାତ୍‌ ତାଙ୍କ ଆଇଡିବିଆଇ ଆକାଉଣ୍ଟରୁ ୨୭ ହଜାର ଟଙ୍କା କଟିଯାଇଥିଲା। ଏହାର କିଛି ସମୟ ପରେ ପୁଣିଥରେ ତାଙ୍କ ଆକାଉଣ୍ଟରୁ ଆଉ ୩,୧୦୦ ଟଙ୍କା କାଟିନେଇଥିଲା ସାଇବର୍‌ ଠକ। ତେବେ ଠକ ଜଣକ କିଭଳି ଠକିଛି ତାହା କମଳ ଅଭିଯୋଗରେ ଉଲ୍ଲେଖ କରିନାହାନ୍ତି। ତେବେ ଟଙ୍କା କଟିବା ସଙ୍ଗେ ସଙ୍ଗେ ସେ ତୁରନ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିବାରୁ ସେ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ଠେଲ୍‌କୋଲୋଇ ଥାନାରେ ଗୁରୁବାର ରାତି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର