କଲ୍ ବଏ ହୋଇ ମୋଟାଅଙ୍କର ରୋଜଗାର କରିବା ଲୋଭ ମହଙ୍ଗା ପଡ଼ିଲା, ଆକାଉଣ୍ଟରୁ ଠକିନେଲେ ୯୪୦୦୦ ଟଙ୍କା

ଭୁବନେଶ୍ବର: ଭାରୀ ପଡ଼ିଲା ମଉଜ କରିବା ନିଶା। ଆକାଉଣ୍ଟରୁ ଚାଲିଗଲା ୯୪, ୭୩୧ ଟଙ୍କା। ଗତ କିଛି ଦିନ ମଧ୍ୟରେ ରାଜଧାନୀର ଅ‌ନେକ ଲୋକ ସାଇବର ଠକାମିରେ ପଡ଼ିଥିବା ବେଳେ ବେଳେ ଏ‌ବେ ପୁଣି ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ଏସ୍କର୍ଟ ସର୍ଭିସ ନାଁରେ ୯୪, ୭୩୧ ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱରରେ ରହୁଥିବା ଜନୈକ ଯୁବକ ଏଭଳି ବଡ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଏସ୍କର୍ଟ ସର୍ଭିସ ପକ୍ଷରୁ କଲବଏ ହେବାର ପ୍ରସ୍ତାବ ଦେଇ ଯୁବକଙ୍କୁ ଠକିଛନ୍ତି ଦୁର୍ବୃତ୍ତ । ୨୦ ମିନିଟର କଥାବାର୍ତ୍ତା ମଧ୍ୟରେ ଦୁର୍ବୃତ୍ତ ପୀଡ଼ିତଙ୍କ ଆକାଉଣ୍ଟରୁ ୯୪, ୭୩୧ ଟଙ୍କା ଖାଲି ‌କରି ଦେଇଥିବା ବେଳେ ଏ ନେଇ ସାଇବର ହେଲ୍ପ ଡେସ୍କର ସହାୟତା ଲୋଡ଼ିଛନ୍ତି ସେ।

ସୂଚନା ମୁତାବକ, ଏକ ଅଜଣା ନମ୍ବରରୁ ସାଇବର ଠକ ହ୍ବାଟସଆପରେ ଭଏସ ମେସେଜ ପଠାଇ ଭୁବନେଶ୍ବରରେ ରହୁଥିବା ଯୁବକଙ୍କୁ କଲବଏ ହେବାର ପ୍ରସ୍ତାବ ଦେଇଥିଲେ। ଏହା ସହ କଲବଏ ଲାଇସେନ୍ସ ପାଇଁ ରେଜିଷ୍ଟ୍ରେସନ କରିବାକୁ ୨୪୫୦ଟଙ୍କା ପଠାଇବା ପାଇଁ କହିଥିଲେ। ନିଜ ସହରରେ କଲବଏ କାମ କଲେ ଅଧା ଟଙ୍କା କମ୍ପାନିର ଏବଂ ଅଧା ଟଙ୍କା ଆପଣଙ୍କର ବୋଲି କହିଥିଲେ ଦୁର୍ବୃତ୍ତ । ଅଭିଯୁକ୍ତର ଏଭଳି କଥାରେ ଫସି ଅଭିଯୁକ୍ତ ୯୪, ୭୩୧ ଟଙ୍କା ହରାଇଥିବା ଜଣାପଡ଼ିଛି।

Packt Hub

ତେବେ ରାଜ୍ୟରେ ଏଇ କିଛି ଦିନ ମଧ୍ୟରେ ସାଇବାର ଅପରାଧ ବଢ଼ୁଥିବା ଦେଖି ସାଇବର ଅପରାଧୀଙ୍କୁ ଧରିବା ଲାଗି ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍ ପୁଲିସ। କମିସନରେଟ୍ ପୁଲିସ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯିବା ସହ ଏହାର ତଦନ୍ତ ଲାଗି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ହେଲ୍ପଲାଇନ୍ ନମ୍ବରଟି ହେଲା ୭୪୪୦୦୦୬୭୦୯। ସାଇବର ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସଙ୍ଗେ ସଙ୍ଗେ ପୁଲିସର ଏହି ହେଲ୍ପ ଲାଇନ ନମ୍ବରକୁ କଲ କରିବାକୁ କୁହାଯାଇଛି।

କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ, କଲ ଜରିଆରେ ଆସିଥିବା ୟୁଆରଏଲ୍ ଦେବା ମାତ୍ରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯଦି ଆପଣଙ୍କ ପାଖକୁ ସନ୍ଦେହଜନକ ଫୋନ କଲ କିମ୍ବା ମେସେଜ ଆସୁଛି, ତେବେ ତୁରନ୍ତ ସହାୟତା ଡେସ୍କ ବା ପୁଲିସକୁ ଜଣାନ୍ତୁ। ଏହି ସାଇବର ଅପରାଧର ମୁକାବିଲା ପାଇଁ ଜଣେ ସବଇନ୍ସପେକ୍ଟର ଓ ୭ ଜଣ କନଷ୍ଟବଳ କାମ କରୁଛନ୍ତି। ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଆଇଆଇସିଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ପୁଲିସ କମିସନର।

ସମ୍ବନ୍ଧିତ ଖବର