ଭୁବନେଶ୍ବରରେ ବି ଲୁଚିଛନ୍ତି, କିନ୍ତୁ ଲୋକେସନ୍ ମିଳୁନି

Advertisment

ଭୁବନେଶ୍ୱର : ଗୋଆ, ଜମ୍ମୁ-କଶ୍ମୀର ଭଳି ହାତଗଣତି କେତୋଟି ରାଜ୍ୟକୁ ଛାଡ଼ିଦେଲେ, ପ୍ରାୟ ୨୨ଟି ରାଜ୍ୟରେ ରହିଛି ସାଇବର ଅପରାଧୀଙ୍କ ନେଟ୍‌ଵର୍କ। ଏଭଳି କିଛି ଚମକାଇ ଦେଲା ଭଳି ତଥ୍ୟ ପୁଲିସ ହାତରେ ଲାଗିଛି। ସେହି ସବୁ ରାଜ୍ୟର ପ୍ରାୟ ଶହେରୁ ଅଧିକ ସହରରେ ରହି ସାଇବର୍‌ ଠକ ଅପରାଧ ଘଟାଇ ଚାଲିଛନ୍ତି। ଲୋକଙ୍କ ପାଖକୁ ଆସୁଥିବା ଠକଙ୍କ ମୋବାଇଲ ଫୋନ୍ ନମ୍ବରକୁ ଆଧାର କରି ପୁଲିସ ଏହି ତଥ୍ୟ ପାଇଛି। ମୋବାଇଲ ଫୋନ୍‌ରୁ ଓଡ଼ିଶାର କୌଣସି ଲୋକେସନ୍ ମିଳି ନଥିଲେ ମଧ୍ୟ ଏଠାରେ ସାଇବର ଠକ ଲୁଚି ଅପରାଧ ଘଟାଉଛନ୍ତି। ନିକଟରେ ଭୁବନେଶ୍ବରରୁ କ୍ରାଇମବ୍ରାଞ୍ଚ ସାଇବର ଥାନା ହାତରେ ଜମତରା ଗ୍ୟାଙ୍ଗ ସଦସ୍ୟ ଓ ସମ୍ବଲପୁର ପୁଲିସ ହାତରେ ଇଞ୍ଜିନିୟରିଂ ଛାତ୍ର ଗିରଫ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଜମତରା ଗ୍ୟାଙ୍ଗର ଆହୁରି ଏକାଧିକ ସଦସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଲୋକେସନ୍ ନ ମିଳିବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image New York Post

ମାନଚିତ୍ରରେ ସ୍ଥାନ ପାଇଥିବା ପ୍ରମୁଖ ରାଜ୍ୟ ଓ ସହରଗୁଡ଼ିକ ହେଲା, ପଶ୍ଚିମବଙ୍ଗର କୋଲକାତା ଓ ମାଲଦା, ଝାଡ଼ଖଣ୍ଡର ରାଞ୍ଚି, ଧାନବାଦ ଓ ଦେଓଘର, ବିହାରର ପାଟଣା, ଭାଗଲପୁର, ହଜାରିବାଗ, ଗୟା, ଜଗଦଲପୁର, ସିକ୍କିମ୍, ଉତ୍ତରପ୍ରଦେଶର ଲକ୍ଷ୍ନୌ, ଆଗ୍ରା, ବୁଲନ୍ଦସହର, ରାମଗଡ଼, ଅଲଓ୍ଵାର, ଫିରୋଜପୁର, ସୋହନା, ବିହାରର ପାଟନା, ଭାଗଲପୁର, ହଜାରିବାଗ, ଗୟା, ଜଗଦଲପୁର, ନୂଆଦିଲ୍ଲୀ, ନଏଡା, ଗାଜିଆବାଦ, ଗୁରୁଗ୍ରାମ, ଫରିଦାବାଦ, ପଞ୍ଜାବ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଗୁଜରାଟର ଅହମ୍ମଦାବାଦ, ସୁରଟ, ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋର, ଛତିଶଗଡ଼ର ଭିଲାଇ, ମହାରାଷ୍ଟ୍ରର ମୁମ୍ବାଇ, ତେଲେଙ୍ଗାନାର ହାଇଦ୍ରାବାଦ, କର୍ଣ୍ଣାଟକର ବେଙ୍ଗାଲୁରୁ, କେରଳର କୋଚି, ତାମିଲନାଡ଼ୁର ଚେନ୍ନାଇ, ଆନ୍ଧ୍ରପ୍ରଦେଶ, ବିଶାଖାପାଟଣା ଭଳି ସହରରେ ଲୁଚି ରହିଛନ୍ତି ସାଇବର୍‌ ଅପରାଧୀ। ମୋବାଇଲ ଫୋନ୍‌ରେ ଏହି ସବୁ ଅଞ୍ଚଳର ଅଜଣା ନମ୍ବରରୁ କଲ୍ ଆସୁଥିଲେ, ତାହାକୁ ରିସିଭ୍ କରନ୍ତୁ ନାହିଁ କିମ୍ବା କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ପରାମର୍ଶ ଦିଆଯାଇଛି।
ଯେଉଁ ମୋବାଇଲ ଫୋନରୁ ସାଇବର ଠକ କଲ୍‌ କରୁଛନ୍ତି, ତାହାର ଲୋକେସନ୍‌କୁ ପ୍ରଥମେ ଟ୍ରାକ୍‌ କରାଯାଉଛି। ସେହିପରି ଟାଓ୍ଵାର ଡମ୍ପିଂ ସହାୟତାରେ ତଥ୍ୟ ସଂଗ୍ରହ କରାଯାଏ। ଗୁଗୁଲ୍ ମ୍ୟାପ୍ ସୁପର ଇମ୍ପୋଜ୍ କରାଇବା ପରେ ମାନଚିତ୍ରରେ ଲୋକେସନ୍ ଦେଖାଇଥାଏ।