ଜୟପୁରରେ ସାଇବର ଠକେଇ: ୫୦ହଜାର ଟଙ୍କା ଲୁଟି ନେଲେ ଠକ

ଜୟପୁର: କୋରାପୁଟ ଜିଲ୍ଳାରେ ବି ବଢ଼ି ଚାଳିଛି ସାଇବର ଠକେଇ। ୱାଟସଅଫ୍ କଲ ଜରିଆରେ କାଳିଆଗାଁ ପିଜିସିଏଲରେ ସହକାରୀ ପରିଚାଳକ ଭାବେ କାମ କରୁଥିବା ଇଂ ନରେଶ କୁମାର ଠକେଇର ଶିକାର ହୋଇଛନ୍ତି। ସେ ତାଙ୍କ ବନ୍ଧୁ ଶିବ ଶଙ୍କର ଭାବି ୫୦ହଜାର ଟଙ୍କା ଏକ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର କରିବା ପରେ ସେ ଠକାମିରେ ପଡ଼ିଥିବା ଜାଣି ପାରିଥିଲେ। ସେ ଏନେଇ ଜୟପୁର ଟାଉନଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲାକୁ ଭିତ୍ତି କରି ଜୟପୁର ଟାଉନଥାନାରେ ଏକ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ଉକ୍ତ ଆକାଉଣ୍ଟକୁ ପୁଲିସ ପକ୍ଷରୁ ପ୍ରିଜ୍ କରାଯାଇଛି ବୋଲି କହିଛନ୍ତି ଥାନା ଅଧିକାରୀ ବାଲେଶ୍ବର ଗିଦ୍ଧୀ।

ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ନରେଶଙ୍କ ୱାଟସଅଫ୍ କଲକୁ ଏକ କଲ ଆସିଥିଲା। ହ୍ବାଟସ୍‌ଆପ୍‌ କଲରେ ତାଙ୍କ ବନ୍ଧୁ ଶିବ ଶଙ୍କର ଫଟୋ ଚିତ୍ର ରହିଥିଲା। କଲରେ ବ୍ୟକ୍ତି ଜଣକ ତାଙ୍କୁ ଏକ ଆକାଉଣ୍ଟ ନମ୍ବର ଦେବା ସହ ଉକ୍ତ ଆକାଉଣ୍ଟ ନମ୍ବରକୁ ୫୦ହଜାର ତୁରନ୍ତ ଟ୍ରାନସଫର କରିବାକୁ କହିଥିଲେ। ତାଙ୍କର କେହି ଜଣେ ମେଡିକାଲରେ ଭର୍ତ୍ତି ହୋଇଥିବା ଏବଂ ତୁରନ୍ତ ୫୦ହଜାରର ଆବଶ୍ୟକତା ରହିଛି ବୋଲି କହିଥିଲେ। ନରେଶ ଏହାକୁ ଯାଂଚ କରିବା ବଦଳରେ ବନ୍ଧୁଙ୍କ ଫଟୋ ଦେଖି ୫୦ହଜାର ଟ୍ରାନସଫର କରି ଦେଇଥିଲେ। ଏହା ପରେ ସେ ଠକାମିରେ ପଡ଼ିଥିବା ଜାଣି ପାରି ପୁଲିସରେ ଏତଲା ଦେଇଥିଲେ।

ଗତ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରୁ ଫୋଟ ଚୋରି କରି ସେହି ଫଟୋକୁ ଫେସବୁକ, ମେସଂଜର, ହ୍ବାଟସ୍‌ଆପ୍‌ରେ ପୋଷ୍ଟ କରି ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଜରୁରୀ ଆର୍ଥିକ ସହାୟତା ଆବଶ୍ୟକ ବୋଲି ଟଙ୍କା ମାଗି ଠକାମି କରାଯାଉଛି। କିମ୍ବା ଉକ୍ତ ଆଇଡିକୁ ହ୍ୟାକ କରି ବି ଏଭଳି ଠକାମି କରାଯାଉଛି। ତେବେ ନୂଆ ଧରଣର ଉପାୟ ଠକ ମାନେ ଆପଣାଇଛନ୍ତି। ୱାଟସଅଫର ଫଟୋକୁ ଚୋରି କରି ଅନ୍ୟ ଏକ ହ୍ବାଟସ୍‌ଆପ୍‌ରେ ଉକ୍ତ ଫଟୋକୁ ସଂଯୋଗ କରି ୫୦ହଜାର ଠକେଇ କରିଛନ୍ତି। ଯଦିଓ ପୁଲିସ ମାମଲାର ଯାଂଚ ସାଇବର ସେଲ୍ ମାଧ୍ୟମରେ କରାଉଛି । ତେବେ ଆଗାମୀ ଦିନରେ ଏଭଳି ଠକାମିର ଶୀକାର ନ ହେବାକୁ ଏସଡିପିଓ ଅରୁପ ଅଭିଶେକ ବେହେରା ଅନୁରୋଧ କରିଛନ୍ତି। ଯେ କୌଣସି କଲ୍ କିମ୍ବା ମେସଜ୍ ଆସିଲେ ଭଲ ଭାବେ ଯାଂଚ କରି ଟଙ୍କା ଟ୍ରାନସଫର କରିବାକୁ ଅନୁରୋଧ କରିଛନ୍ତି ଏସଡିପିଓ।

 

ସମ୍ବନ୍ଧିତ ଖବର