ଅନୁଗୁଳ: ଅନୁଗୁଳ ପିଟିସି ଟ୍ରେନିଂ କଲେଜରେ ଏ ଏସ ଆଇ ଟ୍ରେନିଂ କରୁଥିବା ଜଣେ ପୁଲିସ ବାବୁ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ନାଁ ରାମଚନ୍ଦ୍ର ଦାସ। ତାଙ୍କ ସାନ ଭାଇ ଆସାମରେ ଆର୍ମି ଚାକିରି କରନ୍ତି। ଭାଇ ନାଁରେ ଜଣେ ବ୍ୟକ୍ତି ଏକ ଫେକ ଫେସବୁକ ଏକାଉଣ୍ଟ ଖୋଲି ରାମଚନ୍ଦ୍ରଙ୍କ ସହ ମେସେଞ୍ଜରରେ ମେସେଜ ପଠାଇ ଥିଲା। ଏଠି ଜଣେ  ଅଫିସରଙ୍କର ବଦଳି ହେଉଛି। ସେ ବହୁତ ଗୁଡିଏ ଘରକରଣା ଜିନିଷକୁ କମ ଦାମରେ ବିକ୍ରି କରିବେ ବୋଲି କହୁଛନ୍ତି।

Advertisment

ତେଣୁ ଟଙ୍କା ପଠାଇବାକୁ କହିଥିଲା। ଠକ କଥାରେ ପଡି ରାମଚନ୍ଦ୍ର ୭୧ହଜାର ଟଙ୍କା ପଠାଇ ଦେଇଥିଲେ। କିନ୍ତୁ, ପରେ ଏହା ସାଇବର ଠକର କାରନାମା ବୋଲି ଜାଣି ପାରିଥିଲେ। ଏନେଇ ସେ ସାଇବର ଥାନାରେ ଏକ ଏତଲା ଦେଇଛନ୍ତି।