ପଶ୍ଚିମବଙ୍ଗରୁ ଧରାହେଲା ସାଇବର ଠକ

ଅନୁଗୁଳ : ପାଖାପାଖି ୨ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ସାଇବର ଠକକୁ ଗିରଫ କରିଛି ଅନୁଗୁଳ ପୁଲିସ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଳାର ମାନୀର ମିଆ। ତା ପାଖରୁ ଏକ ଏଫ-୭ ଆପୋ ମୋବାଇଲ ଫୋନ ଜବତ ହୋଇଛି।

ଅନୁଗୁଳ ଜିଲ୍ଲା ଏନ୍‌ଟିପିସି ଥାନା କଣିହାଁ ସିଆଇଏସ୍ଏଫ୍ ୟୁନିଟ୍‌ର ହେଡ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ପାଖରୁ ସାଇବର ଠକ ମାନେ ୨ ଲକ୍ଷ ୪ ହଜାର ୯୯୦ ଟଙ୍କା ଠକି ନେଇଥିଲେ। ଏଥିନେଇ ଏନ୍‌ଟିପିସି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର