ବ୍ରହ୍ମପୁର, : ଗଜପତି ଜିଲ୍ଲା ରା.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ସାଇବର ଠକେଇର ଶିକାର ହୋଇଛନ୍ତି। ଗତ ଶନିବାର ତାଙ୍କ ଏସ୍ବିଆଇ ଜମାଖାତାରୁ ଅନ୍ଲାଇନ୍ରେ ପ୍ରାୟ ୩.୨୫ଲକ୍ଷ ଟଙ୍କା କେହି ଦୁର୍ବୃତ୍ତ ଲୁଟି ନେଇଥିବା ସମ୍ପର୍କରେ ସେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଡାକ୍ତର ଜଣକ ବ୍ରହ୍ମପୁର ଅଯୋଧ୍ୟାନଗରରେ ରହୁଥିବା ବେଳେ ରା.ଉଦୟଗିରିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହୋଇଛନ୍ତି। ସାଇବର୍ ଠକେଇର ଶିକାର ହୋଇଥିବା ଜାଣିବା ପରେ ତୁରନ୍ତ ସମ୍ପୃକ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ତାଙ୍କ ଆକାଉଣ୍ଟ ବ୍ଲକ୍ କରାଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp