ସମ୍ବଲପୁର : ସମ୍ବଲପୁରରେ ସାଇବର୍ ଲୁଟ୍ ହାର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ସମ୍ବଲପୁର ପୁଲିସ ପକ୍ଷରୁ ସାଇବର୍ ଅପରାଧ ଉପରେ ଲୋକଙ୍କୁ ସଚେତନତା କରା ନଯିବା ଏହି ହାରକୁ ଅଧିକ ବୃଦ୍ଧି କରୁଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଅଇଁଠାପାଲି ଥାନା ଅଧୀନ ଅଞ୍ଚଳରେ ଜଣଙ୍କର ଡିଏଲ୍ ହଜିଯାଇଥିବାରୁ ସେ ଡୁପ୍ଲିକେଡ୍ ଡିଏଲ୍ ପାଇଁ ଅନ୍ଲାଇନ୍ରେ ସର୍ଚ୍ଚ କରିଥିଲେ। ସେଠାରେ ସେ ସାଇବର୍ ଲୁଟେରାଙ୍କ ଶିକାର ହୋଇଥିଲେ। ଡୁପ୍ଲିକେଟ୍ ଡିଏଲ୍ କରେଇଦେବି କହିବାରୁ ସେ ଅନ୍ଲାଇନ୍ରେ ୮୨୯୬ ଟଙ୍କା ଦେଇଥିଲେ। ତେବେ ତାହା ଫେକ୍ ଥିଲା ବୋଲି ପରେ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ବୁଧବାର ଦିନ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/cybercrime.jpg)