ଭୁବନେଶ୍ୱର: ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଥିବା ମୋବାଇଲ ନମ୍ବରକୁ ବ୍ଲକ କରି ୯୦ ହଜାର ଟଙ୍କା ଠକେଇ କରିଥିବା ଜଣେ ସାଇବର ଠକକୁ ଦୁଇ ବର୍ଷ ପରେ ପୁଲିସ ଗିରଫ କରିଛି | ସାଇବର ଠକ ଜଣକ ହେଉଛି କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳର ଅନିଲ କୁମାର ବେହେରା | ଠକ ଅନିଲ ବିଭିନ୍ନ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସଂଲଗ୍ନ ଥିବା ମୋବାଇଲ ନମ୍ବରକୁ ପ୍ରଥମେ ବ୍ଲକ କରୁଥିଲା |
ତାପରେ ସେହି ନମ୍ବରକୁ ନିଜ ପାଖରେ ଥିବା ଜିଓ ସିମରେ ଆକ୍ଟିଭ କରିବା ପରେ ବ୍ୟକ୍ତିଙ୍କ ବ୍ୟାଙ୍କରୁ ଟଙ୍କା ଉଠେଇ ନେଉଥିଲା | ଏମିତି ଅନେକ ଅଭିଯୋଗ ସାଇବର ଥାନାରେ ହେବା ପରେ ଅନିଲର ଗତିବିଧି ଉପରେ ନଜର ରଖିଥିଲା ସାଇବର ଥାନା |
ଗତକାଲି ଅନିଲ ମୁମ୍ବାଇ ଯିବାକୁ ଭୁବନେଶ୍ୱର ରେଳଷ୍ଟସନରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ଅନିଲକୁ ଗିରଫ କରିଛି | ଅନିଲ ନାମରେ ଆଇପିସି ଦଫା-୪୨୦ ଓ ଆଇଟି ଆଇନର ଧାରା-୬୬(ସି), ୬୬(ଡି)ରେ ମାମଲା ରୁଜୁ ହୋଇଥିଲା | ଅଭିଯୁକ୍ତ ଲୁଚି ଲୁଚି ବାହାରେ ବୁଲୁଥିବାବେଳେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି |