ମହିଳାଙ୍କଠାରୁ ୫୦ ହଜାର ଲୁଟିନେଲେ ସାଇବର୍‌ ଲୁଟେରା

ସମ୍ବଲପୁର : ସାମାନ୍ୟ ଭୁଲ୍‌ ପାଇଁ ସମ୍ବଲପୁର ଧୁଚୁରାପଡ଼ାର ଗାୟତ୍ରୀ ନାୟକ(୬୬)ଙ୍କ ଜମାଖାତାରୁ ପାଖାପାଖି ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର୍‌ ଲୁଟେରା। ଏ ନେଇ ତାଙ୍କ ସ୍ବାମୀ ଅଶ୍ବିନୀ କୁମାର ଦାସ(୭୦) ଟାଉନ୍‌‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର ଅପରାହ୍‌ଣ ୩ଟା ୩୦ ସମୟରେ ଶ୍ରୀମତୀ ନାୟକଙ୍କୁ ଏକ୍‌ କଲ୍‌ ଆସିଥିଲା। ବ୍ୟାଙ୍କରେ ଦେଇଥିବା ଅଭିଯୋଗ ଆଧାରରେ କଲ୍‌ କରାଯାଇଥିବା ସାଇବର୍‌ ଲୁଟେରା ଜଣକ ମହିଳା ଜଣକୁ କହିଥିଲା ଏବଂ ଏଟିଏମ୍‌ର ଡିଟେଲ୍‌ସ ମାଗିଥିଲା। ଲୁଟେରାର କଥାକୁ ବିଶ୍ବାସ କରି ମହିଳା ଜଣକ ତାଙ୍କ ଏଟିଏମ୍‌ କାର୍ଡର ନମ୍ବର ଓ ଏଟିଏମ୍‌ ପିନ୍‌ କହିଥିଲେ। ଏହାର କ୍ଷଣିକ ମଧ୍ୟରେ ତାଙ୍କ ବ୍ୟାଙ୍କ ଅଫ୍ ବରୋଦା ଖାତାରୁ ପାଖାପାଖି ୫୦ ହଜାର ଟଙ୍କା କାଟି ନେଇଥିଲା ସାଇବର୍‌ ଲୁଟେରା।

ସମ୍ବନ୍ଧିତ ଖବର