ସାଇବର ମାଫିଆ ମାରିନେଲେ ୩୦ହଜାର

ଆନନ୍ଦପୁର : କୌଣସି କାରଣ ନଥାଇ ଜଣେ ଯୁବକଙ୍କ ଜମାଖାତାରୁ ୩ ଥରରେ ୩୦ହଜାର ଟଙ୍କା କଟି ଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଆନନ୍ଦପୁର ଥାନା ବାଉଁଶଗଡ଼ ପଞ୍ଚାୟତ ସୁନ୍ଦୁରିଆ ଗ୍ରାମର ଉଦ୍ଧବ ଚନ୍ଦ୍ର ବିନିଶା କୋଇଡ଼ାରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରନ୍ତି। ସେପ୍ଟେମ୍ବର ମାସ ୭ତାରିଖରେ ହଠାତ୍ ତାଙ୍କ ଜମାଖାତାରୁ ୧୦ହଜାର ଟଙ୍କା କଟି ଯାଇଥିଲା। ମୋବାଇଲକୁ ମେସେଜ୍ ଆସିବାରୁ ଏ ସମ୍ପର୍କରେ ଜାଣିବାପରେ ସେ ୧୨ତାରିଖରେ ଆନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଏନେଇ ତାଙ୍କୁ ବ୍ୟାଙ୍କ କିମ୍ବା ପୁଲିସ୍ ନିକଟରୁ କୌଣସି ସହଯୋଗ ମିଳି ନଥିବାବେଳେ ନଭେମ୍ବର ୨୩ ଓ ୨୪ତାରିଖରେ ସମାନ ଢଙ୍ଗରେ ୧୦ହଜାର ଲେଖାଏ କଟି ଯାଇଥିଲା। ଏନେଇ ସେ ଆନନ୍ଦପୁର ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଫଳରେ ଉଦ୍ଧବ ଆଜି ପୁଣି ଆନନ୍ଦପୁର ଥାନାରେ ଆଉ ଏକ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର