ସମ୍ବଲପୁର: ସମ୍ବଲପୁରରେ ଆଉ ଏକ ସାଇବର୍ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏଥର କ୍ରେଡିଟ୍ କାର୍ଡର ରିଵାର୍ଡ ପଏଣ୍ଟ ରିଦିମ୍ କରିବା ବାହାନାରେ ସାଇବର୍ଠକ ଜଣକ ଜଣଙ୍କ ଠାରୁ ପାଖାପାଖି ଲକ୍ଷେ ଟଙ୍କା ଠକିନେଇଛି। ମିଳିଥିବା ସୂଚନା ଅନୁଯାୟୀ, ଲପଙ୍ଗାର ପ୍ରଦୀପଙ୍କୁ ରବିବାର ଦିନ କ୍ରେଡିଟ୍ କାର୍ଡର ରିଵାର୍ଡ ପଏଣ୍ଟ ରିଡିମ୍ କରିବା ପାଇଁ ଏକ ମେସେଜ୍ ଆସିଥିଲା।
ଏହି ରିଵାର୍ଡ ପଏଣ୍ଟ ରିଦିମ୍ ପାଇଁ ମେସେଜ୍ରେ ଦିଆଯାଇଥିବା ଲିଙ୍କ୍ ଅନୁଯାୟୀ ଆଇସିଆଇସିଆଇ ରିଵାର୍ଡ ଆପ୍ ଡାଉନ୍ ଲୋଡ୍ କରିଥିଲେ। ଆପ୍ ଇନ୍ଷ୍ଟଲ୍କରିବା ପରେ ୯୯,୯୦୦ ଟଙ୍କା ଟ୍ରାନ୍ଜେକସନ୍ ପାଇଁ ଏକ ଓଟିପି ଆସିଲା। ଟଙ୍କା ଆସିବ ଭାବି ଓଟିପି ଦେବାପରେ ତାଙ୍କ କ୍ରେଡିଟ୍ କାର୍ଡରୁ ୯୯,୯୦୦ ଟଙ୍କା କଟିଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ପ୍ରଦୀପ ଠେଲକୋଲି ଥାନାରେ ସୋମବାର ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/cyber-loot.jpg)