ଭୁବନେଶ୍ବର : ବେକାର ଯୁବକ/ଯୁବତୀଙ୍କୁ ଚାକିରି ଦେବାର ଲୋଭ ଦେଖାଇ ସାଇବର ଅପରାଧୀମାନେ ପୁଣି ନିଜର ଜାଲ ବିଛାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ଅଜଣା ନମ୍ବରରୁ ମେସେଜ୍ ଓ ଲିଙ୍କ୍ ପଠାଉଛନ୍ତି। ଘରେ ବସି କାମ କରି ମାସିକ ୨୦ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରିବେ ବୋଲି ମେସେଜ୍ ଦେଖି ଯୁବପିଢ଼ି ଲୋଭାସକ୍ତ ହୋଇ ଠକେଇର ଶିକାର ହେଉଛନ୍ତି।
ଏନେଇ ଆଜି ଓଡ଼ିଶା ପୁଲିସ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଟୁଇଟ୍ କରି ସତର୍କ କରାଇଛି। କୌଣସି ଅଜଣା ନମ୍ବରରୁ ଆସୁଥିବା ଅନଧିକୃତ ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଭଳି ଲୋଭନୀୟ ମେସେଜ୍ରେ ବିଶ୍ବାସ ନକରି ନିଜ ଦକ୍ଷତା ଉପରେ ଆସ୍ଥା ରଖିବାକୁ ସେଥିରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/cyber-crime-Complete-Controller-1-1030x687-2.jpg)