ରାୟଗଡ଼ା: ବିବାଦୀୟ ଇନ୍ଦିରା ସାଗର ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ବାର ଆସୋସିଏସନର ସଭାପତି ଲମ୍ବୋଦର ତୁର୍କୁ ମୋଟୁର ମୁଗୀ ପଏଣ୍ଟରୁ ପାଣି ନେଇ ସାଇକେଲରେ ପୁରୀ ଅଭିମୁଖେ ବାହାରିଛନ୍ତି। ସୋମବାର ସକାଳେ ରାୟଗଡ଼ାରେ ପହଞ୍ଚିବା ପରେ ବିଭିନ୍ନ ମହଲରୁ ତାଂକୁ ସ୍ବାଗତ କରାଯିବା ସହ ବାର ଆସୋସିଏସନ ତରଫରୁ ସ୍ବତନ୍ତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା।

Advertisment

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ମହେଶ୍ବର ମହାପାତ୍ର, ସୁକାନ୍ତ ଦାସ, ରାଧାମାଧବ ଦଳେଇ, ସଚ୍ଚିଦାନନ୍ଦ ଖାଡେଙ୍ଗା, ଗୌରୀ ଶଙ୍କର ପଟ୍ଟନାୟକ, ଲାବଣ୍ୟ ମୋହନ ପଟନାୟକ, ପି.ଜଗନ ମୋହନ ରାଓ, ମଙ୍ଗଳମୋତି ବେଉରିଆ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ଦୀର୍ଘ ବର୍ଷ ଧରି ପୋଲାଭରମ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସାଇକେଲ ଯାତ୍ରା କରି ଏକ ଅଭିନବ ପ୍ରତିବାଦ ଆରମ୍ଭ କରଛନ୍ତି ଶ୍ରୀ ତୁରକୁ। ମାଲକାନଗିରି ଜିଲ୍ଲାର ୧୩୩ଟି ଗ୍ରାମ ପୋଲାଭରମ ପ୍ରକଳ୍ପ ଯୋଗୁଁ ପାଣିରେ ମିଶିବ। ଏଥିସହ ହଜାର ହଜାର ହେକ୍ଟର ଜମି ମଧ୍ୟ ପାଣିରେ ବୁଡ଼ିଯିବ। ତେଣୁ ଏହାକୁ ବିରୋଧ କରି ଶ୍ରୀ ତୁର୍କୁ ପୁରୀରେ ମୋଟୁର ପାଣି ପକାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏହାକ ବନ୍ଦ କରିବା ପାଇଁ ପ୍ରାର୍ଥନା କରିବେ।