ପରିବେଶ ସୁରକ୍ଷା ପାଇଁ ସଚେତନତା : ସ୍ୱେଚ୍ଛାସେବୀ ଇଂ. ଅମରେଶ ନରେଶ ସାମନ୍ତଙ୍କ ପାରାଦୀପରୁ ବ୍ରହ୍ମପୁର ୭୦୦ କିମି ସାଇକେଲ ଯାତ୍ରା

ବ୍ରହ୍ମପୁର : ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି କରିବାକୁ ପାରାଦୀପ ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଦୀର୍ଘ ୭୦୦ କିମି ସାଇକେଲ ଯାତ୍ରା କରିଛନ୍ତି  ସ୍ୱେଚ୍ଛାସେବୀ ଇଂ.ଅମରେଶ ନରେଶ ସାମନ୍ତ।

ଅମରେଶ ପାରାଦୀପରୁ ଯାତ୍ରା ଆରମ୍ଭ କରିଥିଲେ। ଆଜି ‌ ସେ ଇଂଜିନିୟରିଂ ସ୍କୁଲ ଠାରୁ ଯାତ୍ରାରେ ବାହାରି ବିଭିନ୍ନ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀମାନଙ୍କ ସହ ସଚେତନତା ସୃଷ୍ଟି କରି ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ବ୍ରହ୍ମପୁର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦର ମିଳିତ ସହଯୋଗରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଇକୋ କ୍ଲବର ଜିଲ୍ଲା ସଂଯୋଜକ ଡ. ଶଙ୍କର ନାରାୟଣ ବେଜ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗ ଦେଇ ଶ୍ରୀ ସାମନ୍ତଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏଥିରୁ ଆଗାମୀ ଯୁବପିଢ଼ି ପ୍ରେରଣା ପାଇବେ ବୋଲି କହିଛନ୍ତି। ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍.ଦିଲ୍ଲୀପ କୁମାର, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝୀ, ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଧୀର ରାଉତ, ଟିମ କ୍ଲିନ୍ ସିଟିର ଜଗନ ମୋହନ ମହାପାତ୍ର, ଶକ୍ତିଧର ରାଜଗୁରୁ, ବକ୍ସିଂ ଓଡ଼ିଶାର କବିରାଜ ଗୌଡ଼, ମହାତ୍ମା ହ୍ୟାଲ୍ପିଂ ହ୍ୟାଣ୍ଡ୍‌ର ଏମ. ଭେଙ୍କଟ ରାମାଣା, ସିଟି ହାଇସ୍କୁଲର ଏନ୍‌ସିସି କ୍ୟାଡେଟ୍‌ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର