୨୦ ତମ କାର୍‌ଗିଲ୍‌ ବିଜୟ ଦିବସ : ଆଇଏନ୍‌ଏସ୍‌ ଚିଲିକାର ସାଇକେଲ୍‌ ପ୍ରତିଯୋଗିତା

ଭୁବନେଶ୍ବର : ୨୦ତମ କାରଗିଲ ବିଜୟ ଦିବସ ସ୍ମୃତିରେ ଆଇଏନ୍‌ଏସ୍‌ ଚିଲିକାଠାରେ ଏକ ସାଇକେଲ୍‌ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହାଇଯାଇଛି। ଏହି ପ୍ରତିଯୋଗିତାକୁ ଷ୍ଟେସନ କମାଣ୍ଡର ଶୁଭାରମ୍ଭ କରିଥିଲେ। ଏହି ପ୍ରତିଯୋଗିତାରେ ଅଧିକାରୀ, ନାବିକ, ଏମ୍‌ଇଏସ୍‌ ଓ ଡିଏସ୍‌ସି କର୍ମଚାରୀ, ପ୍ରତିରକ୍ଷା ନାଗରିକ ଓ ସେମାନଙ୍କ ପରିବାର ସମେତ ସମୁଦାୟ ୨୦୦ ଉତ୍ସାହୀ ଅଂଶଗ୍ରହଣ କରିଥିଲେ। ସାଇକେଲ ପ୍ରତିଯୋଗିତା ଆଇଏନ୍‌ଏସ୍‌ ଚିଲିକାରୁ ଆରମ୍ଭ ହୋଇ ବାଲୁଗାଁ କଲେଜ ପଡ଼ିଆରେ ଶେଷ ହୋଇଥିଲା। ସେମାନେ ମଧ୍ୟ ନେହେରୁ ସେବା ସଂଘ ପରିଦର୍ଶନ କରି ସେଠାରେ ଅନ୍ତେବାସୀମାନଙ୍କୁ ଭାରତୀୟ ସେନାରେ ସାମିଲ ହେବାକୁ ପ୍ରବର୍ତ୍ତାଇବା ସହ ସୂଚନା ବହି ଓ ଅନ୍ୟାନ୍ୟ ପତ୍ରିକା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର