ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ବୁଢ଼ାଖମଣ ପଞ୍ଚାୟତ ସହରଟାଙ୍ଗିରି ଗ୍ରାମର ହୃଷୀକେଶ ମହାନ୍ତ (୫୫)ଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତମାସ ୩୧ ତାରିଖ ଶ୍ରୀ ମହାନ୍ତ ଜଂଘିରା  ସାପ୍ତାହିକ ହାଟରୁ ସାଇକଲରେ ଘରକୁ ଫେରୁଥିବା ବେଳେ ହଳଦିଆପଦା ଗ୍ରାମ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ଓ ପରେ କେନ୍ଦୁଝର ଡାକ୍ତରଖାନା ନିଆଯାଇଥିଲା। ସେଠାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର