ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ବାଲେଶ୍ୱର: ଆଜି ପୂର୍ବାହ୍ନରେ ୧୬ନମ୍ବର ଜାତୀୟ ରାଜପଥ ଦହିସଡ଼ା ନିକଟରେ ସାଇକେଲରେ ଯାଉଥିବା ଜଣେ ଯୁବକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଛି। ଫଳରେ ଯୁବକଜଣକ ଗୁ୍ରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏନଏଚଏଆଇ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଆହତ ଯୁବକଜଣକ କେଦାରପୁର ଅଞ୍ଚଳର ସୁରେନ୍ଦ୍ର ପାତ୍ର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର