କାରଧକ୍କାରେ ସାଇକଲ ଆରୋହୀ ମୃତ

ବରପାଲି : ବରପାଲି-ବରଗଡ଼ ୨୬ ନଂ ଜାତୀୟ ରାଜପଥ ମହାଲକ୍ଷ୍ମୀ ରାଇସମିଲ ସାମ୍ନା ବୁଲାଣିରେ ଏକ କାର୍‌ (ଓଡି ୧୫ଏ ୯୦୨୯) ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଲେ ଲେଣ୍ଡା ଗ୍ରାମର କୀର୍ତ୍ତନ ମଟାରିଙ୍କ ପୁଅ ସାଗର ମଟାରି (୨୨)। ସାଗର ଏକ ସାଇକଲ୍‌ରେ ବରପାଲି ପଟକୁ ଆସୁଥିବା ସମୟରେ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଶ୍ରୀ ମଟାରି ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ବରପାଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବରପାଲି ପୁଲିସ କାର୍‌ ଚାଳକ ବିପ୍ଳବ ବୁଦ୍ଧିଆ (୩୦) ଓ କାର୍‌ରେ ଥିବା ଟୁନା ବିଶ୍ବାଳ ୩୨)ଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ଯୁବକ ସାଗର ମଟାରି ମୃତ ଥିବା ସତ୍ବେ ତାଙ୍କୁ ବରଗଡ଼ ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବାରୁ ଜନସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା। କାର୍‌ ଚାଳକ ଓ ମୃତ ଯୁବକ ଉଭୟ ବରପାଲି ଥାନା ଅନ୍ତର୍ଗତ ଲେଣ୍ଡା ଗ୍ରାମର ହୋଇଥିବା ଜଣାପଡିଛି। ଏପରିକି ଗାଡ଼ି କାଗଜାପତ୍ର ଠିକ ନଥିବା ଏବଂ ଧକ୍କା କରିଥିବା ଗାଡି ମାଲିକଙ୍କ ନାମରେ ନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର