ପୁରୀର ଦକ୍ଷିଣକୁ ୫୯୦ ଦୂରରେ ରହିଛି ସାମୁଦ୍ରିକ ବାତ୍ୟା ‘ଅସାନି’; ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ରହିବା ପରେ ହେବ ଦୁର୍ବଳ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ଏବଂ ଏହାର ଆଖପାଖ ଦକ୍ଷିଣ ବଙ୍ଗୋପସାଗର ଉପରେ ରହିଥିବା ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଏବେ ଓଡ଼ିଶାର ଦକ୍ଷିଣରେ ପୁରୀ ଠାରୁ ୫୯୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା ଏବଂ ଆଜି, ୯ ମେ, ଅପରାହ୍ନ ୨ଟା ୩୦ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହା ପୋର୍ଟବ୍ଲେୟାର ଠାରୁ ପ୍ରାୟ ୮୬୦ କିଲୋମିଟର, ଆନ୍ଦ୍ରପ୍ରଦେଶର ବିଶାଖାପାଟନମ୍‌ର ଦକ୍ଷିଣ-ପୂର୍ବରେ ୪୧୦ କିଲୋମିଟର ଏବଂ ଓଡ଼ିଶାର ପୁରୀ ଠାରୁ ଦକ୍ଷିଣରେ ୫୯୦ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗର ୧୫ ନମ୍ବର ବୁଲେଟିନରୁ ଜଣାପଡ଼ିଛି।

ଏହା ମେ ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ପୁନଃ ବକ୍ର (କର୍ଭ) କରି ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଯିବାର ସମ୍ଭାବନା ରହିଛି।

ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଯିବାର ସମ୍ଭାବନା ରହିଛି ବୋଲି ଜାରି ବୁଲେଟିନ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର