ବାତ୍ୟା ପ୍ରଭାବିତ ଲୋକଙ୍କୁ ୭ ଦିନ ଯାଏଁ ରିଲିଫ ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ସମୀକ୍ଷା କରିଛନ୍ତି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ଆଗାମୀ ୭ ଦିନ ପାଇଁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାସ୍ତାକୁ ୨୪ ଘଣ୍ଟାରେ ମରାମତି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ସଫଳତାର ସହ ବାତ୍ୟା ମୁକାବିଲା କରିଥିବାରୁ ସେ ପ୍ରଶାସନିକ କର୍ମଚାରୀ, ପ୍ରଞ୍ଚାୟତ ପ୍ରତିନିଧି, ପୁଲିସ, ଅଗ୍ନିଶମ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ଅନ୍ୟପକ୍ଷରେ, ବାତ୍ୟା ପାଇଁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯ଼ାଇଥିବା ଲୋକମାନଙ୍କ ମଧ୍ୟରେ ଯ଼େପରି କରୋନା ନ ବ୍ୟାପେ ସେଥିପାଇଁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର