ଅତି ଭୀଷଣ ରୂପ ନେଲା ବୁଲ୍‌ବୁଲ୍‌ : ଉପକୂଳ ଓଡ଼ିଶାରେ ଛାପ ଛାଡ଼ିବ, ଘଣ୍ଟାକୁ ୯୦କିଲୋମିଟର ଯାଏ ବହିବ ପବନ

ସମୁଦ୍ର ତଟବର୍ତୀ ଅଞ୍ଚଳରେ ବଡ଼ ବର୍ଷା, ଆଜି ରାତିରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ, ୬ ଜିଲ୍ଲାରେ ବର୍ଷା ଆରମ୍ଭ, ସମୁଦ୍ର ଅଶାନ୍ତ

ଭୁବନେଶ୍ବର : ପଶ୍ଚିମବଙ୍ଗ ସାଗର ଦ୍ବୀପ ଓ ବାଂଲାଦେଶର େଖପୁପାରା ମଧ୍ୟରେ ଥିବା ସୁନ୍ଦରବନ ତ୍ରିକୋଣଭୂମି ଆଡକୁ ମୁହାଁଇଥିବା ଅତି ଭୀଷଣ ବାତ୍ୟା ବୁଲ୍‌ବୁଲ୍‌ ଉପକୂଳ ଓଡ଼ିଶାରେ ନିଜର ଛାପ ଛାଡିକି ଯିବ। ଏଭଳି ସଙ୍କେତ ଦେଲାଣି। ପୂର୍ବ ଉପକୂଳ ଜିଲ୍ଲା ଅନ୍ତର୍ଗତ କିଛି ଅଞ୍ଚଳରେ ପ୍ରବଳ ବର୍ଷିବ, ପବନ ମାଡ଼ରେ କିଛି ଗଛ, ଘର, ବିଦ୍ୟୁତ ଖୁଣ୍ଟି ଆଦି ଭଙ୍ଗାରୁଜା କରିବା ବିଚିତ୍ର ନୁହେଁ।

ବୁଲ୍‌ବୁଲ୍‌ର ବିଶାଳ ତଥା ଭୟଙ୍କର ରୂପ ଓ ଅସ୍ଥିର ଆଚରଣ ଦେଖି ପାଣିପାଗ ବିଜ୍ଞାନୀ ଏମିତି ପୂର୍ବାନୁମାନ କରୁଛନ୍ତି। ଏେବ ବାତ୍ୟାର େକନ୍ଦ୍ରସ୍ଥଳରେ ପବନର ବେଗ ଏମିତି ତାଣ୍ଡବ ରଚାଇଛି େଯ ସମୁଦ୍ରକୁ ଦି’ ଭାଗ କରିଦେଉଛି। ବାତ୍ୟା ବଳୟ ଭିତର ଅଞ୍ଚଳରେ ବିଶାଳ ଉଚ୍ଚର େଢଉ ଉଠୁଛି ଓ ପୁଣି ଛେଚି େହାଇ ପଡୁଛି। ଏହା ଧୀରେ ଧୀରେ ଓଡ଼ିଶା ଉପକୂଳ ପାଖ ଦେଇ ଯିବା ବେଳେ ତାର ପ୍ରଳୟଙ୍କରୀ ରୂପରେ ଉପକୂଳକୁ ଆଘାତ ଦେବା ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ।

ଆଜି ମଧ୍ୟାହ୍ନ ଠାରୁ ଉପକୂଳ ଓଡ଼ିଶାର ଆକାଶକୁ କଳା ବାଦଲ ଛାଇ ଯାଇଛି। ଧୀରେ ଧୀରେ ବର୍ଷା ଓ ପବନ ବି ଆରମ୍ଭ େହାଇଗଲାଣି, ବଢିବାରେ ଲାଗିଛି। କେଉଁଠି ତୁହାକୁ ତୁହା ବର୍ଷା େହଉଛି, ଆଉ କେଉଁଠି ଝିପି ଝିପ୍ ଲାଗି ରହିଛି। ପବନ କାରଣରୁ ପାଗରେ ବଡ଼ ପରିବର୍ତନ ଲକ୍ଷ୍ୟ କରାଯାଉଛି। ଆଜି ରାତି ଠାରୁ ବାତ୍ୟା ଆହୁରି ଭୀଷଣ ରୂପ ଧାରଣ କରିବା ସହିତ ଓଡ଼ିଶାର ନିକଟବର୍ତୀ ହେବ ଓ ଏହାର ପ୍ରଭାବ ଆରମ୍ଭ େହାଇଯିବ।

ଆସନ୍ତାକାଲି ଦିନତମାମ ବାତ୍ୟାର ପ୍ରକୋପରେ ଘାଣ୍ଟି ହେବ ପାଖାପାଖି ୬ ରୁ ୧୦ ଜିଲ୍ଲା।

ଏବେ ଅତି ଭୀଷଣ ରୂପ ଧାରଣ କରି ସମୁଦ୍ରକୁ ଗୁରାଣ୍ଡି େଦଉଛି ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌। େକନ୍ଦ୍ରସ୍ଥଳରେ ପବନର ବେଗ ପାଖାପାଖି ୧୫୫ କିେଲାମିଟର ରହିଛି। ଘଣ୍ଟାପ୍ରତି ୧୭ କିେଲାମିଟର ବେଗରେ ଆଗକୁ ବଢୁଛି। ଭାରତର ପାଣିପାଗ ବିଭାଗର ରିେପାର୍ଟ ଅନୁସାରେ, ଏହା ପାରାଦୀପଠାରୁ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜଠାରୁ ୩୫୦ ଓ ବାଂଲାଦେଶର ଖେପୁପାରାଠାରୁ ୪୭୦ କିମି ଦୂରରେ ରହିଛି। ସମୁଦ୍ର ଭିତରୁ ବଳ େଗାଟାଇ ଏହା ଆସନ୍ତାକାଲି ଅର୍ଥାତ୍ ୯ ତାରିଖ େଭାର ବେଳକୁ ଆହୁରି ଶକ୍ତିଶାଳୀ େହାଇଯିବ। ଏହା ଉତ୍ତର ଦିଗରେ କିଛି ବାଟ ଯିବା ପରେ ମୁହଁ େମାଡି ଉତ୍ତର-ପୂର୍ବ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଭୀଷଣ ବାତ୍ୟା ରୂପ ନେଇ ଏହା ୯ ତାରିଖ ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ସାଗର ଦ୍ବୀପ ଓ ବାଂଲାଦେଶର େଖପୁପାରା ମଧ୍ୟରେ ଥିବା ସୁନ୍ଦରବନ ତ୍ରିକୋଣଭୂମିରେ ସ୍ଥଳ ଭାଗକୁ ସ୍ପର୍ଶ କରିବ। ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିେଲାମିଟର ଥିବ ଓ ସ୍ଥଳ ବିେଶଷରେ ଏହା ୧୩୫ କିେଲାମିଟର ବେଗରେ ଝଟକା ଦେବ।

ପାଣିପାଗ ବିଜ୍ଞାନ େକନ୍ଦ୍ରର ଆକଳନ ଅନୁସାରେ, ୯ ତାରିଖ ସକାଳୁ ପୁରୀ ସମେତ ବାଲେଶ୍ବର, ଭଦ୍ରକ, େକନ୍ଦ୍ରାପଡା, ଜଗତସିଂହପୁର ବ୍ୟତୀତ ଯାଜପୁରର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ େକନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଜିଲ୍ଲା ଉପକୂଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିେଲାମିଟର ଓ ସ୍ଥଳ ବିେଶଷରେ ୭୦କିେଲାମିଟର ଝଟକା ଦେଇ ପବନ ବହିପାରେ। କିଛି ସମୟ ପାଇଁ ପବନର ବେଗ ୭୦ରୁ ୮୦ ଓ ସ୍ଥଳ ବିେଶଷରେ ୯୦ କିେଲାମିଟର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିବ। ଏହା ପରେ ପବନ କମିବ। ସେହିଭଳି ପୁରୀ ଉପକୂଳରେ ପବନର ବେଗ ୪୦ରୁ ୫୦ କିେଲାମିଟର ଓ ସ୍ଥଳବିେଶଷରେ ୬୦ କିେଲାମିଟର ଛୁଇଁପାରେ। ଏହି ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ୧୦ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା କରାଯାଇଛି। ସମୁଦ୍ରକୂଳରେ ଭ୍ରମଣ ଓ େବାଟରେ ଯାତାୟତକୁ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି ପାଣିପାଗ ବିଭାଗ।

ଏପଟେ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆଜି ସନ୍ଧ୍ୟା ସାଢେ ପାଞ୍ଚଟା ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ନେଇ ବୁଲ୍‌ବୁଲ୍‌ ପାରାଦୀପ ଠାରୁ ଦକ୍ଷିଣ ପୂର୍ବରେ ୨୩୦ କିଲୋମିଟର ଦୂରରେ େକନ୍ଦ୍ରୀଭୂତ େହାଇଥିଲା। ସେତେବେଳକୁ େକନ୍ଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୧୫୫ କିେଲାମିଟର ଥିଲା ଓ ଏହା ଉତ୍ତର ଦିଗରେ ଗତି କରୁଥିଲା। ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବୁଲ୍‌ବୁଲ୍‌ର ପ୍ରକୋପ ଅପରିବର୍ତିତ ରହିଛି।

ବିଭିନ୍ନ ମଡେଲରୁ ଯାହା ସୂଚନା ମିଳୁଛି, ସମୁଦ୍ରତଟ ଠାରୁ ବହୁ ଦୂରରେ ଟି-୪ େଶ୍ରଣୀର ବୁଲ୍‌ବୁଲ୍‌ େଗାପାଳପୁର ଅତିକ୍ରମ କରିବ। କିନ୍ତୁ ସେତେବେଳକୁ ଏହା ପାରାଦୀପ ଠାରୁ ମାତ୍ର ୧୮୦ କିେଲାମିଟର ଦୂରରେ ଥିବ। ଶନିବାର େଭାରରେ ବୁଲ୍‌ବୁଲ୍‌ ୨୪୫ କିେଲାମିଟର ଦୂରରେ ରହି ପୁରୀ ଉପକୂଳ ଅତିକ୍ରମ କରିବ। ମଧ୍ୟାହ୍ନରେ ପାରାଦୀପ ଅତିକ୍ରମ କରିବା ବେଳକୁ ଏହା ସ୍ଥଳ ଭାଗଠାରୁ ୧୮୮ କିେଲାମିଟର ଦୂରରେ ଥିବ। ତେବେ ବୁଲ୍‌ବୁଲ୍‌ ଆଜି ମଧ୍ୟରାତ୍ରିରେ ଗତିପଥ ପରିବର୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗକୁ ମୁହାଁଇବ। ସନ୍ଧ୍ୟା ସାେଢ ପାଞ୍ଚଟା ବେଳକୁ ବାଲେଶ୍ବର ଉପକୂଳ ଅତିକ୍ରମ କରିବ। ଆସନ୍ତାକାଲି ମଧ୍ୟରାତ୍ରି ପରେ େଯ କୌଣସି ମୁହୂର୍ତରେ ଏହା ଅତି ଭୀଷଣ ରୂପ ନେଇ ସୁନ୍ଦରବନ ତ୍ରିକୋଣଭୂମି ନିକଟବର୍ତୀ ଅଞ୍ଚଳରେ ସ୍ଥଳ ଭାଗକୁ ଛୁଇଁପାରେ।

ବୁଲ୍‌ବୁଲ୍‌ ପ୍ରଭାବରେ ଉପକୂଳ ଅଞ୍ଚଳର ୪୦ କିଲୋମିଟର ମଧ୍ୟରେ ଘଣ୍ଟାପ୍ରତି ୬୦ କିେଲାମିଟର ପର୍ଯ୍ୟନ୍ତ ପବନ ବହିପାରେ। ମଝିରେ ମଝିରେ ୭୦ କିେଲାମିଟର ବେଗରେ ଝଟକା ଦେବ। ସେହିପରି ବାତ୍ୟା ଜନିତ ବର୍ଷା ସଂପର୍କରେ ଡ. ପଶୁପାଳକଙ୍କ ଆକଳନ କହୁଛି, ୯ ତାରିଖରେ ପୁରୀ, ଜଗତସିଂହପୁର, େକନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲାର ୪୦ କିେଲାମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ବର-କଟକରେ ହାଲକା ବା ସ୍ବଳ୍ପ ବର୍ଷା ହୋଇପାରେ। େକନ୍ଦ୍ରାପଡା, ଭଦ୍ରକ ଆଦି ଅଞ୍ଚଳରେ ଅଧିକ ବର୍ଷା େରକର୍ଡ କରାଯାଇପାରେ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ େକନ୍ଦ୍ର ରିେପାର୍ଟ ଅନୁସାରେ, ଜଗତ୍‌ସିଂହପୁର, ପୁରୀ, କଟକ, ଖୋର୍ଧା, କେନ୍ଦ୍ରାପଡ଼ା, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ରେକର୍ଡ କରାଯାଇଛି। ସନ୍ଧ୍ୟାଠାରୁ ବର୍ଷା‌ ପରିମାଣ ବଢ଼ିବା‌ ସହ ୪୦ରୁ ୫୦ କିମି ବେଗରେ ପବନ ବହୁଛି। ଦିନ ସମୟରେ ପାରାଦୀପରେ ୧୬ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧୨.୨, ପୁରୀରେ ୧୦ ମିମି ବର୍ଷା ହୋଇଛି। ମେଘୁଆ ପାଗ ଜାରି ରହିଥିବାରୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପାଗରେ ସାମାନ୍ୟ ପରିବର୍ତନ ଆସିବ। ୧୧ ତାରିଖଠାରୁ ବର୍ଷା କମିବା ସହ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବ। ଶୀତ ଅନୁଭୂତ ହେବ।

ସମ୍ବନ୍ଧିତ ଖବର