ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ଉଗ୍ରରୂପ ଧାରଣ କରିବ। ତେବେ ବାତ୍ୟା ‘ବୁଲବୁଲ’ ଓଡ଼ିଶା ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଥିଲେ ହେଁ ଆସନ୍ତା ୮ ଓ ୯ ତାରିଖରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ସହିତ ଘଣ୍ଟା ପିଛା ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ ବୋଲି ଆକଳନ କରାଯାଉଛି। କେତେକ ପରିସ୍ଥିତିରେ ଏହା ୯୦ କିଲୋମିଟରକୁ ଯାଇପାରେ।
/sambad/media/post_attachments/wp-content/uploads/2019/11/dc-Cover-lclasgatuhof79cp4atvh8muu5-20190427022626.Medi_-300x168.jpeg)
ନଭେମ୍ବର ୮ ତାରିଖ ସକାଳୁ ସମୁଦ୍ର ଅଶାନ୍ତ ରହିବା ସହ ବର୍ଷା ଆରମ୍ଭ ହୋଇଯିବ। ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ୭ଟି ଜିଲ୍ଲାରେ ସ୍କୁଲ ଛୁଟି କରିବା ସହ ସରକାରୀ ଅଧିକାରୀଙ୍କୁ ଛୁଟି ବାତିଲ୍ କରିଛନ୍ତି। ଏଥିସହ ୯ ତାରିଖ ଦିନ ୯ଟି ଜିଲ୍ଲାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ସରକାର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ୫ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଏନ୍ଡିଆରଏଫ୍ ଟିମ୍ ସହିତ ୯ଟି ଜିଲ୍ଲାରେ ଦୁଇଟି ଲେଖାଏଁ ଓଡ୍ରାଫ୍ ଟିମ୍ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ଟିମ୍ ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟରେ ଯୋଗଦେବେ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ ଓ ଯାଜପୁର ରହିଛି।
/sambad/media/post_attachments/wp-content/uploads/2019/11/cyclone-bulbul-1200x600-300x150.png)
ଏଥିସହିତ ସରକାର ତଳିଆ ଅଞ୍ଚଳର ବାସିନ୍ଦାକୁ ଏହି ଦୁଇଦିନ ସତର୍କ ରହିବା ସହିତ ବର୍ଷା ସମୟରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି। ଯଦି କିଛି ଜରୁରୀକାମ ରହିଛି ତେବେ ଆଜି ସୁଦ୍ଧା ତାହାକୁ ଶେଷ କରିବା ସହିତ ଦରକାରୀ ଔଷଧପତ୍ର ଓ ଖାଦ୍ୟ ସାମଗ୍ରୀ ପାଖରେ ରଖିବାକୁ କହିଛନ୍ତି। ବର୍ଷା ସମୟରେ ଯଦି ସେମିତି କିଛି ପରିସ୍ଥିତି ଉପୁଜେ ତେବେ ଲୋକମାନଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ସହିତ ସେମାନଙ୍କ ଖାଦ୍ୟ, ପରିମଳ ଓ ସ୍ୱାସ୍ଥ୍ୟ ପ୍ରତି ଉଚିତ ଧ୍ୟାନ ଦିଆଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର କହିଛନ୍ତି। ବୁଲବୁଲ୍ ପ୍ରଭାବରେ ହେବାକୁ ଥିବା ବର୍ଷା ଓ ପବନର ମୁକାବିଲା ଲାଗି ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଲାଗି ସୂଚନା ଦିଆଯାଇଛି। ଏଥିସହ ବାତ୍ୟା ଅଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ତେବେ ବାତ୍ୟା ଓଡ଼ିଶା ନିକଟ ଦେଇ ଅତିକ୍ରମ ଗଲାବେଳେ ପବନର ବେଗ ୮୦ରୁ ୯୦ କିମି ରହିବ । ଏହାକୁ ଦୃଷ୍ଟିରେ ରଖି ଏନଡିଆରଏଫ ଓ ଓଡ୍ରାଫ ଟିମକୁ ପ୍ରଭାବିତ ଜିଲ୍ଲାରେ ସଜାଗ ରଖାଯାଇଛି । ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ବେଗକୁ ଦୃଷ୍ଟିରେ ରଖି କଚାଘର ଓ ବିଦ୍ୟୁତ ଖୁଣ୍ଟି ଉପରେ ନଜର ରଖାଯାଇଛି । ଆଉ ଏସବୁ ଭିତରେ ସମୁଦ୍ର ଭିତରକୁ ଯାଇଥିବା ୧୯ ହଜାର ୬୫୩ଟି ଡଙ୍ଗା ଭିତରୁ ୧୯ ହଜାର ୬୪୧ ଟି ବୋଟ ଫେରି ଆସିଥିବା ସୂଚନା ଦେଇଛନ୍ତି ଏସଆରସି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/cyclone-bulbul_thumb-3.jpg)