କ୍ଷତ ଛାଡ଼ିଗଲା ବୁଲ୍‌ବୁଲ୍, ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା

ଧାମରାରେ ୧୧୦ କିମି ବେଗରେ ପବନ, କେନ୍ଦ୍ରାପଡ଼ାରେ ଜଣେ ମୃତ, ଅନେକ ଆହତ

ରାଜନଗର, ବାସୁଦେବପୁରରେ ସର୍ବାଧିକ କ୍ଷତି
୬ ଲକ୍ଷ ହେକ୍ଟର ଫସଲ ହାନି, ବହୁ ଘର ଭାଙ୍ଗିଛି

ଭୁବନେଶ୍ବର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବୁଲବୁଲ ଉଗ୍ରରୂପ ଧାରଣ କରି ମାଡ଼ିଆସିଥିଲା ପାରାଦୀପ ଉପକୂଳ ଆଡକୁ। ଏମିତି ଯେ ଗୋଟିଏ ସମୟରେ ମନେ ହେଉଥିଲା, ଏହିଠାରେ ଉପକୂଳ ଛୁଇଁଯିବ କି? ପୂର୍ବାନୁମାନ ଅନୁସାରେ, ୯୫ କିେଲାମିିଟର ଦୂରରେ ମୁହଁ େମାଡି ଆଗକୁ ଯାଇଥିଲା। ହେଲେ କ୍ଷତି ଛାଡିଦେଇଗଲା ଜଗତସିଂହପୁର ଜିଲ୍ଲାର ପାରାଦୀପ ଠାରୁ େକନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲାର େଭାଗରାଇ ବ୍ଲକ ଯାଏ ୪ ଜିଲ୍ଲାର ଅନେକ ଗାଁ, ଗଣ୍ଡା, ସାହି ପଡାରେ।

େକନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୧୯୯୯ ମହାବାତ୍ୟା ପରେ ସବୁଠାରୁ ଅଧିକ କ୍ଷତି ଘଟାଇଛି ବୁଲ୍ ବୁଲ୍। ଭଦ୍ରକ ଜିଲ୍ଲାର ବାସୁଦେବପୁରରେ କିଛି କମ୍ କ୍ଷତି କରିନାହିଁ। ଆଶ୍ବସ୍ତର କଥା ହେଲା, ଚାଷୀ ଓ ସାଧାରଣ େଲାକଙ୍କୁ ଦୁର୍ଦଶା ଭିତରେ ଠେଲି ଦେଇଥିଲେ ସତ୍ତ୍ବେ ବାତ୍ୟା ବୁଲ୍ ବୁଲ୍ ଆଜି ସନ୍ଧ୍ୟାରେ ଓଡ଼ିଶା ଛାଡି ଆଗକୁ ବଢିଛି। ବାତ୍ୟାରେ କେନ୍ଦ୍ରାପଡା ଜିଲ୍ଲାରେ କାନ୍ଥପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ େହାଇଥିବା ସରକାର ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଅଧିକ ଅନୁସନ୍ଧାନ ଚାଲିଛି।

ଅନ୍ୟପକ୍ଷରେ ଭାରତର ପାଣିପାଗ ବିଭାଗ ସୂଚନା ଦେଇଛି, ବାତ୍ୟା ସାମାନ୍ୟ ଦୁର୍ବଳ େହାଇ ମଧ୍ୟ ରାତିରେ ପୂର୍ବ ନିର୍ଧାରିତ ଚିହ୍ନଟ େକ୍ଷତ୍ର ଅର୍ଥାତ୍ ସୁନ୍ଦରବନ ତ୍ରିେକାଣଭୂମି ଅଞ୍ଚଳରେ ସ୍ଥଳ ଭାଗ ଛୁଇଁଛି। ସେଠାରେ ଏବେ ୧୧୦ରୁ ୧୩୦ ‌କିଲୋମିଟର ବେଗରେ ପବନ ବହୁଛି। ୩ ଘଣ୍ଟା ପରେ ଏହା ଦୁର୍ବଳ ହୋଇଯିବ।

ଆଜି କିନ୍ତୁ ସନ୍ଧ୍ୟା ସାଢେ ଛ’ଟାରେ ଭୀଷଣ ସାମୁଦ୍ରିକ ବାତ୍ୟା ବୁଲ୍ ବୁଲ୍ ସାଗର ଦୀପ ଠାରୁ ୪୦ କିେଲାମିଟର ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବରେ େକନ୍ଦ୍ରୀଭୂତ େହାଇଥିଲା। ଦୀଘା ଠାରୁ ୮୦ କିଲୋମିଟର ଦୂରରେ ଥିବା ବାତ୍ୟା ଚାନ୍ଦବାଲି ଠାରୁ ୧୬୦ ଓ ପାରାଦୀପ ଠାରୁ ୧୯୦ କିେଲାମିଟର ଦୂରକୁ ଚାଲିଯାଇଥିଲା। ଏତେ ଲମ୍ବା ରାସ୍ତା ଅତିକ୍ରମ କରି ବାତ୍ୟା ସାମାନ୍ୟ ଦୁର୍ବଳ େହାଇଥିଲା ସତ କିନ୍ତୁ େକନ୍ଦ୍ରସ୍ଥଳରେ ପବନର େବଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିେଲାମିଟର ରହିଥିଲା। ସ୍ଥଳ ବିେଶଷରେ ୧୪୫ କିେଲାମିଟର ବେଗରେ ଝଟକା େଦଉଥିଲା। ଏହାର ପ୍ରଭାବ ପଶ୍ଚିମବଙ୍ଗରେ ଗଭୀର ଭାବେ ପ୍ରଭାବ ପଡିଥିଲା। ସେଠାରେ ବିମାନସେବା ୧୨ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଥିଲା।

ଓଡ଼ିଶା ଛାଡି ଯିବା ପୂର୍ବରୁ ପାଖାପାଖି ୨୪ ଘଣ୍ଟା ଧରି ବାତ୍ୟା ବୁଲ୍ ବୁଲ୍ େଯଉଁ ବିତ୍ପାତ ଘଟାଇଥିଲା, େସ େନଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଆଜି ପ୍ରାରମ୍ଭିକ ତଥ୍ୟ ଦେଇଛନ୍ତି। କହିଛନ୍ତି, ଜଗତସିଂହପୁର, େକନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ ଜିଲ୍ଲାର ଉପକୂଳବର୍ତୀ ଅଞ୍ଚଳରେ ପବନର େବଗ ଘଣ୍ଟାପ୍ରତି ୭୦ରୁ ୮୦ କିେଲାମିଟର ଥିଲା। ସ୍ଥଳ ବିେଶଷରେ ୯୦ କିେଲାମିଟର ବେଗରେ ପବନ ବହୁଥିବା ନଜରକୁ ଆସିଥିଲା। ଧାମରା ବନ୍ଦରରେ ପବନର ବେଗ େଗାଟିଏ ସମୟରେ ସର୍ବାଧିକ ୧୧୦ କିେଲାମିଟର ଛୁଇଁଥିଲା। ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଥଣ୍ଡା ଓ େକାହଲା ପାଗ ସହ ପବନର େବଗ ଘଣ୍ଟାପ୍ରତି ୪୦ରୁ ୫୦ କିେଲାମିଟର ଥିଲା। ସ୍ଥଳ ବିେଶଷରେ ଏହା ୬୦କୁ ଛୁଇଁଥିଲା।

ସେହିଭଳି ବାତ୍ୟାର ପ୍ରଭାବରେ େକନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ବାଲେଶ୍ବର, ଯାଜପୁର, ପୁରୀ, କଟକ, ମୟୂରଭଂଜ, େଖାର୍ଧା ଏବଂ େକନ୍ଦୁଝର ଭଳି ୧୦ଟି ଜିଲ୍ଲାରେ ବର୍ଷା ରେକର୍ଡ କରାଯାଇଛି। େକନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା େହାଇଥିଲା। ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ୧୫୦.୧ ମିଲିମିଟର, େକନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକରେ ୧୩୬ମିଲିମିଟର ବର୍ଷାର ପରିମାଣ ରେକର୍ଡ କରାଯାଇଛି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ୧୦୦ ମିଲିମିଟର, ଏରସମାରେ ୮୧ ମିଲିମିଟର, କୁଜଙ୍ଗରେ ୬୪ମିଲିମିଟର, ବାଲିକୁଦାରେ ୫୬ମିଲିମିଟର, େକନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକରେ ୮୯ମିଲିମିଟର, ମହାକାଳପଡାରେ ୭୫ମିଲିମିଟର, ଭଦ୍ରକ ବ୍ଲକରେ ୭୨ମିଲିମିଟର, େଭାଗରାଇ ବ୍ଲକରେ ୫୨.୨ ମିଲିମିଟର, ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ୫୧ମିଲିମିଟର ବର୍ଷା େରକର୍ଡ କରାଯାଇଛି।

ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାର ସମସ୍ତ ୮ଟି ବ୍ଲକ ଓ ୨ଟି ପୌର ପରିଷଦ କ୍ଷତିଗ୍ରସ୍ତ େହାଇଛି। ଏହି ଜିଲ୍ଲା ସମେତ ଯାଜପୁର, େକନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଉପକୂଳ ଅଞ୍ଚଳରେ ପବନ େଯାଗୁଁ ଗଛ ଉପୁଡି ଯାଇଛି ଓ ଗମନାଗମନ ବ୍ୟାହତ େହାଇଛି। ବହୁ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡିଯାଇଛି। ୩୩ କେଭି ଫିଡର, ୩୩/୧୧କେଭି ଫିଡର, ୧୧ କେଭି ଫିଡର, ବଣ୍ଟନ ଟ୍ରାନସଫର୍ମର ପ୍ରଭାବିତ େହାଇଛି। ଆସନ୍ତାକାଲି ସୁଦ୍ଧା ବିଜୁଳି ସେବା ସ୍ବାଭାବିକ ହେବ େବାଲି ଏସ୍ଆରସି ଆଶ୍ବାସନା ଦେଇଛନ୍ତି।

ଶ୍ରୀ ଜେନା କହିଛନ୍ତି, ବର୍ଷା ଓ ପବନ େଯାଗୁଁ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ େହାଇଛି। ପାଖାପାଖି ୬ଲକ୍ଷ େହକ୍ଟର ଚାଷ ଜମିରେ ଶତକଡା ୩୫ରୁ ୪୦ ଭାଗ ଚାଷ ଜମିରେ ଫସଲହାନି େହାଇଛି। ଏ ସଂପର୍କରେ ଆଜି େକନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାର ଅବଗତ କରିଛନ୍ତି। ପ୍ରଭାବିତ ଜିଲ୍ଲାରୁ ୩୬୮୨ଜଣ େଲାକଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ୪୬ଟି ଆଶ୍ରୟସ୍ଥଳରେ ରଖାଯାଇଛି।

ସମ୍ବନ୍ଧିତ ଖବର