ବାଂଲାଦେଶ ଆଡକୁ ମୁହାଁଇଛି ବାତ୍ୟା ବୁଲବୁଲ, ବର୍ତ୍ତିଯିବ ଓଡ଼ିଶା

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏବେ ଏହା ପାରାଦୀପଠାରୁ ୮୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ଡିପ ଡିପ୍ରେସନରେ ପରିଣତ ହେବ ଓ ପରବର୍ତ୍ତି ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ ସୁଦ୍ଧା ଏହା ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ନାଁ ରଖାଯାଇଛି ବୁଲବୁଲ । ତେବେ ଏହା ଓଡ଼ିଶା ଉପକୂଳ ନଛୁଇଁବାର ସମ୍ଭାବନା ରହିଛି । ଏହା ଉତ୍ତର ଦିଗକୁ ଗତି କରି ଆସନ୍ତା ୮ ତାରିଖ ସୁଦ୍ଧା ଏକ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ବାଂଲାଦେଶ ବା ମିଆମାର ଉପକୂଳରେ ସ୍ଥଳଭାଗ ଛୁଇଁବ ।
ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମହା ଗୁରୁବାର ପୂର୍ବାହ୍ଣରେ ଗୁଜୁରାଟ ଉପକୂଳ ଛୁଇଁବ । ତେବେ ସ୍ଥଳଭାଗ ଛୁଇଁବାବେଳକୁ ଏହାର ଶକ୍ତି ହ୍ରାସ ପାଇଥିବ ବୋଲି ଆଇଏମଡି କହିଛି ।

ସମ୍ବନ୍ଧିତ ଖବର