ପୁରୀ ଠାରୁ ୩୬୦ କି. ମି. ଦୂରରେ ‘ଫନି’: ଶୁକ୍ରବାର ଦିନ ୧୨ଟା ପରେ ସ୍ଥଳଭାଗରେ ପ୍ରବେଶ କରିବ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଫନି’ ଏବେ ପୁରୀ ଠାରୁ ପ୍ରାୟ ୩୬୦ କିଲୋମିଟର ଦୂରରେ ଥାଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଶୁକ୍ରବାର ମଧ୍ୟାହ୍ନ ପରେ ବାତ୍ୟା ପୁରୀ ନିକଟବର୍ତ୍ତୀ ସାତପଡ଼ା ପାଖରେ ସ୍ଥଳଭାଗକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, ବାତ୍ୟା ଦିନ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ। ଗତକାଲି ଭାରତୀୟ ପାଣିପାଗ ବିଭାଗ କହିଥିଲା କି ଆସନ୍ତାକାଲି ସଂଧ୍ୟା ୫.୩୦ରେ ଫନି ସ୍ଥଳଭାଗ ଛୁଇଁବ।

ଚେନ୍ନାଇ, ବିଶାଖାପାଟଣା ଏବଂ ମଛଲିପଟନମ୍‌ ଠାରେ ଲାଗିଥିବା ଡପ୍‌ଲର୍‌ େଓ୍ଵଦର୍‌ ରାଡାର୍‌ରେ ‘ଫନି’କୁ ଟ୍ରାକ୍‌ କରି ହେଲାଣି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 

ପରିବର୍ତ୍ତିତ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବାତ୍ୟା ପରିବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ସଚିବାଳୟରେ ବୈଠକ କରିଛନ୍ତି । ଏହି ବୈଠକରେ ନଗର ଉନ୍ନୟନ ସଚିବ, ଶକ୍ତି ସଚିବ, ପଂଚାୟତିରାଜ ସଚିବ ଓ ଗ୍ରାମୀଣ ବିକାଶ ସଚିବ ଯୋଗ ଦେଇଛନ୍ତି । ତେବେ ବାତ୍ୟା ‘ଫନି’ ନେଇ ଟେଲିଫୋନ୍ ଅପରେଟରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ ସେବା ଯେପରି ବ୍ୟାଘାତ ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପ୍ରସଙ୍ଗରେ ଆଲୋଚନା କରାଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର