ଭୁବନେଶ୍ୱର: ଭୀଷଣ ରୂପ ନେଇ ପୁରୀରେ ସ୍ଥଳଭାଗ ଛୁଉଁଛି ଫନି। ପବନର ବେଗ ଘଣ୍ଟା ପ୍ରତି ୧୮୦ କିମି ରହିଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସଙ୍କ ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ ଫନି ପାଖାପାଖି ୩ଘଣ୍ଟା ଧରି ତାଣ୍ଡବ ରଚିବ। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ମଧ୍ୟ ଅତିକ୍ରମ କରିଛି।
କେବଳ ପରୁୀ ନୁହେଁ ଭୁବନେଶ୍ୱରରେ ମଧ୍ୟ ପବନର ବେଗ ବଢ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ପାଖାପାଖି ୧୦୦ କିଲୋମିଟର ରହିଛି। ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ଭୁବନେଶ୍ୱର ଦେଇ ଅତିକ୍ରମ କରିବା ବେଳକୁ ରାଜଧାନୀରେ ପବନର ବେଗ ୧୫୦ କିମି ରହିପାରେ।
/sambad/media/post_attachments/wp-content/uploads/2019/05/Puri1-300x146.jpg)
ରାଜ୍ୟ ଅନ୍ୟ ସ୍ଥାନ ଗୁଡ଼ିକ ଭଳି ଭୁବନେଶ୍ୱରରେ ବି ବର୍ଷା ଲାଗିରହିଛି। ଆଉ ତଳିଆ ଅଂଚଳରେ ପାଣି ମଧ୍ୟ ପଶିଯାଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକ ଘରୁ ବାହାରକୁ ବାହାରିପାରୁ ନଥିବା ବେଳେ ରାସ୍ତାଘାଟ ଶୂନଶାନ ହୋଇଯାଇଛି।
ଏଠାରେ ସୂଚନାଥାଉ କି ଫନିର ପ୍ରଭାବକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରକୁ ଆସିବାକୁ ଥିବା କିଛି ଟ୍ରେନକୁ ବାତିଲ କରାଯିବା ସହ ଗତିପଥକୁ ପରିବର୍ତ୍ତନ କରାଯାଇଛି। ସେହିପରି ଭୁବନେଶ୍ୱର ବିମାନବନ୍ଦରକୁ ଆସିବାକୁ ଥିବା ସମସ୍ତ ବିମାନ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/BBSR-2.jpg)