ଭୁବନେଶ୍ବର/ପୁରୀ : ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଏଯାଏ କେବଳ ପୁରୀରେ ୨୪ ଜଣ ପ୍ରାଣ ହରାଇଥିବା ରିପୋର୍ଟ ମିଳିଛି। ଶୁକ୍ରବାର କାନ୍ଥ ପଡ଼ି ୯ ଜଣ ପ୍ରାଣ ହରାଇଥିବା ବେଳେ ସେଥିରୁ ନିମାପଡ଼ାର ୫ ଜଣ ଅଛନ୍ତି। ସେହିପରି ବାତ୍ୟା ବେଳେ ବାହାରକୁ ଯାଇ ୭ ଜଣ ପ୍ରାଣ ହରାଇଥିବା ଖବର ମିଳିଛି। ଅନ୍ୟାନ୍ୟ କାରଣରୁ ୬ ଜଣ ମରିଛନ୍ତି। ଗତକାଲି ରାତି ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ଖବର ମିଳିଥିଲା। ଏଥିସହିତ ରାଜ୍ୟରେ ବାତ୍ୟା ଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚିଛି। ସରକାର କିନ୍ତୁ ଏତେ ସଂଖ୍ୟକ ମୃତ୍ୟୁକୁ ସ୍ବୀକାର କରିନାହାନ୍ତି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର କହିଛନ୍ତି, ଏଯାଏ ବିଭିନ୍ନ କାରଣରୁ ୭ଜଣ ପ୍ରାଣ ହରାଇଛନ୍ତି।

Advertisment

ରିେପାର୍ଟ ଅନୁସାରେ, ନିମାପଡ଼ାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ବେଳେ ଜଣେ ମସଜିଦ୍‌ରେ ଆଶ୍ରୟ ନେବାକୁ ଯାଉଥିବା ବେଳେ ଗଛ ପଡ଼ି ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ନିକଟସ୍ଥ ଚଅଁରପଦା ପଞ୍ଚାୟତ ରହସଂପଡ଼ା କେଳୁ ବାରିସାହିର ବେଣୁଧର ଖୁଣ୍ଟିଆ (୬୪), ରଶ୍ମିତା ସ୍ବାଇଁ (୨୬), ଉଭ୍ର ବାମନାଳର ଲକ୍ଷ୍ମୀଧର ପାଣି (୫୬), ହରିପୁରର ସୌମ୍ୟକାନ୍ତ ବେହେରା (୨୧), ଗଡ଼ପଦନପୁରର ପଞ୍ଚାନନ ବେହେରା ଏବଂ ଉଚ୍ଛୁପୁର ବସ୍ତିର ଅମଜଦ ଖାଁ।

ଅନ୍ୟପକ୍ଷରେ ମାଳତିପାଟପୁର ନିକଟସ୍ଥ ତଳଜଙ୍ଗ ଅଞ୍ଚଳର ଅନ୍ନପୂର୍ଣ୍ଣା ଜେନା(୬୦)ଙ୍କ ଉପରେ ନଡିଆ ଗଛ ପଡିବାରୁ ସେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। େଦାଳମଣ୍ଡପ ସାହିର ରାକେଶ ବେହେରା (୧୪)ଙ୍କର ଘର କାନ୍ଥ ପଡି ମୃତ୍ୟୁ ଘଟିଛି। ପୁରୀ େମଡିକାଲରେ ଏବେ ସୁଦ୍ଧା ୭୦୦ରୁ ଅଧିକ ଜରୁରୀ ଚିକିତ୍ସା ପାଇଁ ଭର୍ତି େହାଇଛନ୍ତି। େସମାନଙ୍କ ମଧ୍ୟରୁ ୧୮୦ ଜଣ ଗୁରୁତର ଅଛନ୍ତି। ଇତିମଧ୍ୟରେ ୭୦ରୁ ୮୦ଜଣଙ୍କୁ ବିଭିନ୍ନ ସରକାରୀ ଓ ଘରୋଇ େମଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବାଲେଶ୍ବର ବାଲିଆପାଳ ବ୍ଲକ ଅନ୍ତର୍ଗତ େମଣ୍ଢାପଡା ଗ୍ରାମର ବିଦ୍ୟାଧର ପାଢୀଙ୍କ ଉପରେ ନଡିଆ ବାହାଙ୍ଗା ପଡିବା ପରେ ତାଙ୍କର ପ୍ରାଣହାନି ଘଟିଛି। ସେହିଭଳି ବାରିପଦାର ଵାର୍ଡ ନଂ ୨୬ ଅଞ୍ଚଳର ବ୍ୟବସାୟୀ ସୌମ୍ୟକାନ୍ତ ପଣ୍ଡା (୩୦)ଙ୍କ େଦାକାନରେ କାମ କରୁଥିବା େକ୍ଷତ୍ରମୋହନ େବହେରା (୧୯)ଙ୍କ ଉପରେ ଗଛ ପଡି ପ୍ରାଣ ହରାଇଛନ୍ତି। ଵାର୍ଡ ନଂ ୨୧ର ଗୌତମ କୁମାର ମହାନ୍ତି (୨୫) , ବଡ଼ସାହି ଥାନା ଅଞ୍ଚଳର ମହେଶ୍ବର ବିନ୍ଧାଣୀ ମଧ୍ୟ ଗଛ ପଡିବା କାରଣରୁ ମୃତ୍ୟୁବରଣ କରିଛନ୍ତି।

ଉଲ୍ଲେଖଥାଉକି,ପୁରୀ ଡାକ୍ତରଖାନାର ଆଇସିୟୁ ଚୁରମାର ହୋଇଯାଇଥିବାରୁ ଗୁରୁତର ରୋଗୀ ଚିକିତ୍ସା ଅସମ୍ଭବ େହାଇପଡିଛି। ଆଜି ବିଭିନ୍ନ େମଡିକାଲ କଲେଜରୁ କିଛି ଡାକ୍ତରଙ୍କୁ ନିେୟାଜିତ କରାଯାଇଥିଲେ ହେଁ, ଡାକ୍ତରଖାନା ସ୍ଥିତି ସଙ୍ଗିନ ଥିବାରୁ ଚିକିତ୍ସା ସେବାରେ ତୁରନ୍ତ ସୁଧାର ଆସିପାରିନାହିଁ। ଗତକାଲି ପୁରୀ େମଡିକାଲରେ ଚିକିତ୍ସିତ େହଉଥିବା ପ୍ରାୟ ୩୦୦ େରାଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। େସଥିରେର ୬୦ରୁ ଅଧିକ ଶିଶୁ ଥିବା ଖବର ମିଳିଛି।