ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ : ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଦେଲା ୧୦ କୋଟି, କଳିଙ୍ଗ ଫାଉଣ୍ଡେସନ୍‌ ଟ୍ରଷ୍ଟ ଦେଲା ୩ ଲକ୍ଷ

କର୍ଣ୍ଣାଟକ ଦେଲା ୧୦ କୋଟି

ଭୁବନେଶ୍ବର : ଫନି ବାତ୍ୟା ପ୍ରଭ‌ାବିତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଦିଆଯାଇଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବ୍ୟାଙ୍କର ଶାଖା ବ୍ୟାଙ୍କିଙ୍ଗ୍ ମୁଖ୍ୟ(ପୂର୍ବ) ସନ୍ଦିପ ଏସ୍‌ କୁମାର, ଆଞ୍ଚଳିକ ମୁଖ୍ୟ ରାଜେଶ ଶ୍ରୀବାସ୍ତବ ଓ ଡେପୁଟି ଭାଇସ୍ ପ୍ରେସିଡେଣ୍ଟ୍‌ ଅନିମେଶ ବିଶ୍ବାଳ ପ୍ରମୁଖ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ‌େଚକ୍ ପ୍ରଦାନ କରିଥିଲେ। ସେହିପରି କଳିଙ୍ଗ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟି ଭାବନୀ ଚରଣ ପଟ୍ଟନାୟକ ଓ ବିମଳ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏମାନଙ୍କ ସହିତ ‌େକାରେଇ ବିଧାୟକ ଆକାଶ ଦାସନାୟକ ୧ ଲକ୍ଷ ଟଙ୍କା, ହିଞ୍ଜିିଳି ପଞ୍ଚାୟତ ସମିତି ୨ ଲକ୍ଷ ୧ ହଜାର ଟଙ୍କା ଓ ଭୁବନେଶ୍ବରର ରଞ୍ଜିତ ଦାସ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥା ଓ ବ୍ୟକ୍ତିବି‌େଶଷ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କର୍ଣ୍ଣାଟକ ଦେଲା ୧୦ କୋଟି

ଭୁବ‌େନଶ୍ବର : ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ କର୍ଣ୍ଣାଟକ ସରକାର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପୂର୍ବରୁ ୭ଟି ରାଜ୍ୟ ସରକାର ଓଡ଼ିଶାକୁ ସହାୟତା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର