ଚୂଡ଼ାନ୍ତ ରିପୋର୍ଟ ଦେଲେ ସରକାର, ‘ଫନି’ କ୍ଷତି ୯୩୩୬ କୋଟି

ଭୁବନେଶ୍ୱର : ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଚୋଟ ଏତେ ଗଭୀର ଥିଲା ଯେ ରାଜ୍ୟର ୧୪ଟି ଜିଲ୍ଲାର ୧ କୋଟି ୬୦ଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ବିପନ୍ନ କରିଦେଲା ଭଳି ପରିସ୍ଥିତି ସୃଷ୍ଟି କରିଛି। ୬୪ଜଣ ପ୍ରାଣ ହରାଇଛନ୍ତି। ୧୨ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ ହେଁ, କ୍ଷତ ସବୁଦିନ ମନେ ରହିବ ଏହି ବିପର୍ଯ୍ୟୟ।

ପାଖାପାଖି ମାସେ ପରେ ରାଜ୍ୟ ସରକାର ଫନି କ୍ଷୟକ୍ଷତି ଆକଳନ କରି େକନ୍ଦ୍ର ସରକାରଙ୍କୁ େଯଉଁ ଚୂଡାନ୍ତ ରିେପାର୍ଟ େଦଇଛନ୍ତି, ସେଥିରେ ବାତ୍ୟାର ପ୍ରଭାବକୁ ଏଭଳି ଢଙ୍ଗରେ ଆକଳନ କରାଯାଇଛି। ପ୍ରଭାବିତ ୧୪ଟି ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଙ୍କ ରିେପାର୍ଟକୁ ହିସାବକୁ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର େଯଉଁ ହିସାବ ପ୍ରସ୍ତୁତ କରିଛନ୍ତି, ତାହା ସୂଚାଉଛି େଯ କେବଳ ୬ ହଜାର ୬୪୩ େକାଟି ୬୩ଲକ୍ଷ ଟଙ୍କାର ସରକାରୀ ସଂପତ୍ତି ବାତ୍ୟା ଛାରଖାର କରିଦେଇଛି। ହେଲେ ପୁରୀ, ରାଜଧାନୀ ଭୁବନେଶ୍ବର ସମେତ ପ୍ରଭାବିତ ଅଞ୍ଚଳର େଲାକେ ବ୍ୟକ୍ତିଗତ ଭାବେ େଯଉଁ କ୍ଷତି ସହିଛନ୍ତି, ତାହାର ମୂଲ୍ୟ ଏହା ଠାରୁ କେଇ ଗୁଣ ଅଧିକ େହାଇପାରେ।

ପ୍ରଭାବିତ େଲାକଙ୍କୁ ଦିଆଯାଇଥିବା ରିଲିଫକୁ ବିଚାରକୁ ନେଇ େକନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ୯ହଜାର ୩୩୬ େକାଟି ଟଙ୍କାର ଦାବି ରଖିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସ୍ତାବକୁ ଅନୁେମାଦନ କରିବା ପରେ ବିଧିବଦ୍ଧ ଭାବେ ଏହା େକନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ରାଜ୍ୟ ସରକାର େଯଉଁ ପ୍ରସ୍ତାବ ରଖିଛନ୍ତି ସେଥିରେ, ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ରିଲିଫ୍ ଓ ପୁନର୍ନିମାଣ ପ୍ରକ୍ରିୟା ଲାଗି ୫ହଜାର ୨୨୭ େକାଟି ୬୮ ଲକ୍ଷ ଟଙ୍କା ଦେବାକୁ କୁହାଯାଇଛି। ବାତ୍ୟା ମୁକାବିଲା ଲାଗି ଆଜି ସୁଦ୍ଧା ୧୩୫୭ େକାଟି ୧୪ ଲକ୍ଷ ଟଙ୍କା ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ଦେଇଛନ୍ତି।

ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଗତ ୩ ତାରିଖ ବାତ୍ୟା ‘ଫନି’ରେ ୧୪ଟି ଜିଲ୍ଲାର ୨୦ହଜାର ୩୬୭ ଗାଁରେ ସରଜମିନ ଅନୁଧ୍ୟାନ କରାଯାଇଛି। ୫ଲକ୍ଷ ୫୬ ହଜାର ୭୬୧ ଘର ସମ୍ପୂର୍ଣ୍ଣ ବା ଆଂଶିକ ଭାବେ କ୍ଷତିଗ୍ରସ୍ତ େହାଇଛି। ଏ ମଧ୍ୟରୁ ୫ଲକ୍ଷ େଲାକଙ୍କୁ ନୂଆ ଘର ପ୍ରଦାନ କରାଯିବ। ଏହାବାଦ ତତ୍କାଳ ଘର ମରାମତି କରି ରହିବା ଲାଗି ୧୪୮୦ େକାଟି ଟଙ୍କା ପ୍ରଦାନ କରାଯିବ। ନଡିଆ, ପାନ ଆଦି ନଷ୍ଟ େହାଇଛି। ଉଦ୍ୟାନ ଚାଷ ଆଦି ଉପରେ ନିର୍ଭର କରି ଚଳୁଥିବା େଲାକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ େହାଇପଡିଛି। ଏ େକ୍ଷତ୍ରରେ ସରକାର ୨୯୦ େକାଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏ ସମସ୍ତ ଅର୍ଥ ସଂପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ।

ସରକାରୀ ରିେପାର୍ଟ ଅନୁସାରେ, ବାତ୍ୟା ପ୍ରଭାବରେ ୧ଲକ୍ଷ ୮୮ ହଜାର େହକ୍ଟର ଜମିରେ ଚାଷ ନଷ୍ଟ େହାଇଯାଇଛି। ଗାଈ, ମଇଁଷିଙ୍କ ଭଳି ୨୬୫୦ ବଡ ଓ େଛଳି ଆଦିଙ୍କ ଭଳି ୩୬୩୧ େଛାଟ ପ୍ରାଣୀ ପ୍ରାଣ ହରାଇଛନ୍ତି। ୫୩ଲକ୍ଷ ୨୬ ହଜାର ୯୦୫ କୁକୁ଼ଡା ବି।

ସରକାରୀ ଆକଳନ ଅନୁସାରେ, ବାତ୍ୟାରେ ଶକ୍ତି ବିଭାଗର ସର୍ବାଧିକ କ୍ଷତି ଘଟିଛି। ୧୧୫୯ େକାଟି ୭୭ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟଭ୍ରଷ୍ଟ େହାଇଛି। ସେହିପରି ଜଳସଂପଦ ବିଭାଗର ୩୭୦ େକାଟି ୯୦ଲକ୍ଷ, ପୂର୍ତ ବିଭାଗର ୮୬୮ େକାଟି ୨୬ଲକ୍ଷ, ଗ୍ରାମ୍ୟ ଉନ୍ନୟନ ବିଭାଗର ୪୩୫ େକାଟି ୭୭ଲକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗର ୪୯୮ େକାଟି ୨୨ଲକ୍ଷ, ପଞ୍ଚାୟତିରାଜ ବିଭାଗର ୪୭୫ େକାଟି ୯୮ଲକ୍ଷ, କୃଷି ବିଭାଗର ୧୭୫ େକାଟି ୬୯ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ େହାଇଛି। ମତ୍ସ୍ୟ ଓ ପଶୁସଂପଦ ବିଭାଗର ୩୩ େକାଟି ୪୩ଲକ୍ଷ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ୭୪ େକାଟି ୩୧ଲକ୍ଷ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୮ େକାଟି ୬୬ଲକ୍ଷ, ହସ୍ତତନ୍ତ ଓ ବୟନ ବିଭାଗର ୧୭ େକାଟି ୪୧ଲକ୍ଷ, ସମବାୟ ବିଭାଗର ୩୨ େକାଟି ୮୮ଲକ୍ଷ, ଉଚ୍ଚଶିକ୍ଷା ବିଭାଗର ୨୯୬ େକାଟି, ସ୍ବାସ୍ଥ୍ୟ ବିଭାଗର ୧୬୩ େକାଟି ୨୩ଲକ୍ଷ, ଜଙ୍ଗଲ ବିଭାଗର ୫୩୭ େକାଟି ୮୦ଲକ୍ଷ, ପର୍ଯ୍ୟଟନ ବିଭାଗର ୫୨୪ େକାଟି ୨ଲକ୍ଷ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୫୭ େକାଟି ୫୬ଲକ୍ଷ, ଗୃହ ବିଭାଗର ୧୧୩ େକାଟି ୯୭ଲକ୍ଷ ଟଙ୍କାର ସଂପତ୍ତି ବରବାଦ େହାଇଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ େମ’୬ ତାରିଖରେ ଫନି ପ୍ରଭାବିତ ଅଞ୍ଚଳ ବୁଲି େଦଖିବା ପରେ େମ’୧୨ ତାରିଖ ଦିନ େକନ୍ଦ୍ରୀୟ ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଥିଲେ। କେନ୍ଦ୍ରୀୟ ଟିମ୍‌କୁ ରାଜ୍ୟ ସରକାର େଯଉଁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଇଥିଲେ, ସେଥିରେ ବାତ୍ୟାରେ ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଥିବା ଅବଗତ କରାଯାଇଥିଲା। କ୍ଷତି ପାଇଁ ୫ ହଜାର କୋଟି ଟଙ୍କା ଓ ଏସଡିଆରଏଫ୍ ସର୍ତ୍ତାବଳୀ ଅନୁସାରେ ୭ ହଜାର କୋଟି ଟଙ୍କା ଯୋଗାଇ ଦେବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା।

୧୩ରୁ ୧୫ ତାରିଖ ଭିତରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ େଫରିବା ବେଳେ େକନ୍ଦ୍ରୀୟ ଟିମ୍ ସ୍ଥିତିର ଗମ୍ଭୀରତା ଉପଲବ୍ଧି କରିଥିବା ସୂଚାଇଥିଲେ।

ନିୟମ ଅନୁସାରେ, ରାଜ୍ୟର ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ହିଁ କେନ୍ଦ୍ରୀୟ ଟିମ୍ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ଓ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆଧାରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ବାରା ସହାୟତା ରାଶି ମଞ୍ଜୁର କରାଯିବ। ଉଚ୍ଚସ୍ତରୀୟ କମିଟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରୀ, କେନ୍ଦ୍ର ଗୃହ ସଚିବଙ୍କ ସମେତ ସେ ସଂପର୍କିତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ।

‘ଫନି’ ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଥିବା ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଏନଡିଆର୍ଏଫରୁ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ। ଏ ବାବଦରେ ୭୮୮ େକାଟି ୮୭ ଲକ୍ଷ ଟଙ୍କା ମିଳିଥିଲା। ବାତ୍ୟା ପୂର୍ବରୁ ଏସଡିଆରଏଫରୁ ୩୪୧ କୋଟି ଟଙ୍କାର ସହାୟତା ରାଶି େଘାଷଣା େହାଇଥିଲା। ଏହାସହିତ େମାଟ ୫୫୨ େକାଟି ଟଙ୍କା ମିଳିଥିଲା। ଏହିପରି ୧୩୪୦ େକାଟି ୮୭ଲକ୍ଷ ଟଙ୍କା ଓଡ଼ିଶା ପାଇଛି। ରାଜ୍ୟରୁ ଏସଡିଆରଏଏଫ ଓ ଏନଡିଆରଏଫ ବାବଦରେ ୧୬୮୧ େକାଟି ୭୫ଲକ୍ଷ ମିଳିବା କଥା।

ସମ୍ବନ୍ଧିତ ଖବର