କେନ୍ଦ୍ରାପଡ଼ା: ଆସନ୍ନ ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରତି ସତର୍କ ରହିବାକୁ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ରହିବାକୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ଜରୁରୀ ବୈଠକ ଡକାଇଥିଲେ।
ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସୁଗମ ହେବା ନିମନ୍ତେ କେନ୍ଦ୍ରାପଡ଼ାର ୪ ଜଣ ପୂର୍ବତନ ଜିଲ୍ଲାପାଳ ଆସି ଜିଲ୍ଲା ମୁଖ୍ୟାଳୟରେ ଡେରା ପକାଇବେ ବୋଲି ଜଣାପଡ଼ିଛି।
ବଣ୍ଟନ ପାଇଁ ଯଥେଷ୍ଟ ଚୁଡ଼ା ଓ ଚାଉଳ ମହଜୁଦ ଅଛି।
ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ୪ ରୁ ୫ ମିଟର ଜୁଆର ଆସିବାର ଆଶଙ୍କା ସତର୍କତା ପଦକ୍ଷେପ ସ୍ୱରୂପ ନିପାଣିଆ ବତିଘର, ଟଙ୍ଗଣି, ତାଳଚୁଆ, ଡାଙ୍ଗମାଳ, ମାର୍କଣ୍ଡଗୁଡ଼ା ଏବଂ ଗୁପ୍ତି ଆଦି ସ୍ଥାନରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ପ୍ରାୟ ୭୩୬୨ ଜଣ ମତ୍ସ୍ୟଜୀବୀଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/knd.jpg)