ପୁରୀ ଠାରୁ ୪୫୦ କିଲୋମିଟର ଦୂରରେ ‘ଫନି’; ଆଜି ରାତିରୁ ଘଣ୍ଟାପ୍ରତି ୬୦ ରୁ ୭୦ କି. ମି. ବେଗରେ ପବନ ବହିବ

ଭୁବନେଶ୍ୱର: ଗୁରୁବାର ସକାଳ ୭: ୫୦ ସୁଦ୍ଧା ରାଡାର୍‌ ଇମେଜ୍‌ ଅନୁଯାୟୀ, ‘ଫନି’ ବିଶାଖାପଟଣାର ଦକ୍ଷିଣ-ଦକ୍ଷିଣପୂର୍ବକୁ ୨୨୫ କିଲୋମିଟର ଏବଂ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ପଟକୁ ପ୍ରାୟ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ୪୦ ରୁ ୫୦ କିଲୋମିଟର ରହିବା ସହ ପବନ ଦଲକା ଘଣ୍ଟାପ୍ରତି ୬୦ କିଲୋମିଟର୍‌ ବେଗ ଯାଏଁ ଯାଇପାରେ। ଆଜି ରାତି ଠାରୁ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ଘଣ୍ଟା ପ୍ରତି ପବନ ଦଲକା ରହିବ ୮୦ କିଲୋମିଟର।

ସମ୍ବନ୍ଧିତ ଖବର