ପୁରୀ ଠାରୁ ୨୦୦ କିମି ଦୂରରେ ବାତ୍ୟା ‘ଫନି’, ରାତି ଯେତେ ଗଭୀର ହେଉଛି, ବାତ୍ୟାର ଭୟ ସେତେ ବଢି ବଢି ଚାଲିଛି

ଅଶାନ୍ତ ହେଉଛି ସମୁଦ୍ର

ଭୁବନେଶ୍ୱର : ବଢୁଛି ରାତି, ବଢୁଛି ଭୟ । ରାତି ଯେତେ ଗଭୀର ହେଉଛି, ବାତ୍ୟାର ଭୟ ମନରେ ସେତେ ବଢି ବଢି ଚାଲିଛି । ରାତିର କଳାଅନ୍ଧାରକୁ ଭେଦ କରି ସ୍ଥଳଭାଗ ନିକଟତର ହେଉଛି ବାତ୍ୟା ‘ଫନି’ । ପୁରୀରୁ ବର୍ତ୍ତମାନ ୨୦୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଫନି’ । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ଭିତରେ ଲ୍ୟାଣ୍ଡଫଲ୍ କରିବ। ବାତ୍ୟା ଫନି ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ପ୍ରଥମେ ଝିପି ଝିପି ବର୍ଷା ହେବ, ପରେ ପରେ ବର୍ଷାର ପରିମାଣ ବଢି ଚାଲିବ । ଧୀରେ ଧୀରେ ବର୍ଷାର ପରିମାଣ ବଢି ପ୍ରବଳ ହେବ । ଏନେଇ ସୂଚନା ଦେଇଛନ୍ତି, ଭାରତୀୟ ପାଣିପାଗ ବିଭାଗର ଉପ-ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ତେବେ ବର୍ତ୍ତମାନ ସମୟର ସ୍ଥିତି ଉପରେ ଯଦି ନଜର ପକାଇବା, ତେବେ ଉପକୂଳ ଅଞ୍ଚଳରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହୁଛି। ସମୁଦ୍ର ଅଶାନ୍ତ ହେଉଥିବା ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ମଧ୍ୟ ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସମୟରେ ୧୩ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଫନି । ଯାହା ଆସନ୍ତାକାଲି ସକାଳ ୮ଟାରୁ ୧୦ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ।

ସମ୍ବନ୍ଧିତ ଖବର