ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପରସ୍ପରକୁ ସମାେଲାଚନା କରିବାର ସୀମା ଟପିଥିଲେ। େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ବେଳେ କଥା କଥାକେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରୁଥିଲେ। ବିେଜଡି ବି େକନ୍ଦ୍ରମନ୍ତ୍ରୀଙ୍କୁ ଅନୁରୂପ ଢଙ୍ଗରେ ଜବାବ ଦେଉଥିଲା।

Advertisment

ହଠାତ୍ େଗାଟିଏ ସପ୍ତାହ ପରେ ଏଥିରେ ଏକ ବଡ଼ ପରିବର୍ତନ ଲକ୍ଷ୍ୟ କରାଯାଉଛି। ଏପ୍ରିଲ ୨୯ ତାରିଖ ଦିନ ନିର୍ବାଚନ ସରିବାର ଠିକ୍ ପରଦିନ ନୂଆଦିଲ୍ଲୀ ବିମାନବନ୍ଦରରେ ନବୀନ-ଧର୍ମେନ୍ଦ୍ରଙ୍କ ଫଟୋ ଓ ଭିଡିଓ ଭାଇରାଲ୍ େହାଇଥିଲା। ମାସାଧିକ ଧରି କେହି କାହାର ମୁହଁ ଚାହୁଁନଥିଲେ ହେଁ, ସୌଜନ୍ୟ ଛଳରେ ଉଭୟ ଉଭୟଙ୍କର ନିକଟତର େହାଇଥିଲେ। ଏହାର ଠିକ୍ ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଆସିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ବିପର୍ଯ୍ୟୟ ମୁକାବିଲା ଦିଗରେ ନବୀନଙ୍କୁ ଏକ ବଡ଼ ସାର୍ଟିଫିକେଟ୍ ଧରାଇଥିଲେ େମାଦୀ। ସ୍ଥିତି ଅନୁଧ୍ୟାନ କରି ହଜାରେ େକାଟି ଟଙ୍କା ଅତିରିକ୍ତ ସହାୟତା ତତ୍କାଳ ପ୍ରଦାନ କରିଥିଲେ। ଏହା ସେ ସମୟରେ ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା।

ଏହାର କିଛି ଦିନ ପରେ ଆଜି ଆଉ ଏକ ବଡ଼ କଥା ଘଟିଛି। ନବୀନ ୫ଲକ୍ଷ ପକ୍କା ଘର େଯାଗାଇ ଦେବା ଲାଗି ଚିଠି େଲଖିବା ଛଳରେ େମାଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାତ୍ୟା ସମୟରୁ ଏବେଯାଏଁ ଓଡ଼ିଶାକୁ ସହାନୁଭୂତି ଓ ସାହାଯ୍ୟର ହାତ ବଢ଼ାଇଥିବା କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ଲାଗି ଏହି ସୁେଯାଗକୁ ସଦବ୍ୟବହାର କରିଛନ୍ତି। କେବଳ ସେତିକି ନୁେହଁ, ନବୀନଙ୍କ ଅନୁେରାଧ ରକ୍ଷା କରି େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତୁରନ୍ତ କିରାସିନି େଯାଗାଇ େଦବା ଲାଗି ପଦକ୍ଷେପ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଉ ପାଦେ ଆଗକୁ ଯାଇ େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି।

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଏଭଳି ପରିବର୍ତନ ପଛର କାରଣ ନା େକନ୍ଦ୍ରରେ ନୂଆ ରାଜନୈତିକ ସମୀକରଣର ଏହା ପୂର୍ବାଭାସ? େକନ୍ଦ୍ରରେ ସଂଖ୍ୟା କମିଲେ, ବିେଜଡିର ସମର୍ଥନ ଲାଭ କରିବା ଲାଗି ବିେଜପିର ଏହା ଏକ ସୁଚିନ୍ତିତ କୌଶଳ ନା ମତଦାନ ପ୍ରକ୍ରିୟାକୁ ଲକ୍ଷ୍ୟ କରିବା ପରେ ‌େଲାକଙ୍କ ମନ କିଣିବା ଲାଗି ବିେଜପି ତାର ଆଚରଣରେ ଏଭଳି ପରିବର୍ତନ କରିଛି? ନବୀନ ଓ ତାଙ୍କ କାର୍ଯ୍ୟାଳୟ ବିେଜପି ଓ େକନ୍ଦ୍ରର ସହଯୋଗ ପାଇଁ ଏଭଳି ଧନ୍ୟବାଦ ଜଣାଇଛନ୍ତି ଓ ଏହା ଏତିକିରେ ସୀମିତ ରହିବ ନା ନିବିଡତା ଆଗକୁ ଆହୁରି ବଢିବ?
ଏଭଳି କିଛି ପ୍ରଶ୍ନ ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚାର ବିଷୟ ହେଲାଣି। େଠାସ୍ ଭାବେ କେହି ଏହାର କାରଣ ସଂପର୍କରେ ଠଉରାଇ ପାରୁନାହାନ୍ତି।

କିନ୍ତୁ ସବୁ ଆେଲାଚନା ପରେ େକଉଁଠି ନା େକଉଁଠି ଆେଲାଚନା ଶେଷ େହଉଛି େଯ ଆଗକୁ ସମ୍ଭବତଃ ଉଭୟଙ୍କ ମଧ୍ୟରେ ସଂପର୍କରେ ସୁଧାର ଆସିପାରେ। ରାଜ୍ୟ ସ୍ବାର୍ଥରେ ପରସ୍ପର ପୁଣି ଥରେ ସହଯୋଗୀ େହାଇପାରନ୍ତି।

ଏଭଳି ଚର୍ଚ୍ଚାକୁ ଅଧିକ ବଳ ଦେଇଛି ବାତ୍ୟା ଅନୁଧ୍ୟାନ ପାଇଁ ଆସିଥିବା େକନ୍ଦ୍ରୀୟ ଟିମ୍ ଓ େକନ୍ଦ୍ର ସରକାରଙ୍କ ସଚିବଙ୍କ େଖାଲା ପ୍ରଶଂସା। ଆଜି େକନ୍ଦ୍ରୀୟ ଟିମ୍ ଓଡ଼ିଶା ଛୁଉଁ ଛୁଉଁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି। ସେହିଭଳି ଶକ୍ତି ସଚିବ ଅଜୟ ଭଲ୍ଲା ଆଜି ସଚିବାଳୟରେ କହିଛନ୍ତି, ତ୍ବରାନ୍ବିତ ଓ ପୁନରୁଦ୍ଧାର କାର୍ଯ୍ୟ େକ୍ଷତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ। ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା ମଧ୍ୟରେ ସମନ୍ୱୟ ସ୍ଥାପନ ଉଲ୍ଲେଖନୀୟ େବାଲି ସେ ଦର୍ଶାଇଥିଲେ।

ଉଲ୍ଲେଖଯୋଗ୍ୟ, ଉଭୟ ବିେଜପି ଓ କେଂଗ୍ରସ ଠାରୁ ସମାନ ଦୂରତ୍ବ କଥା କହିଥିଲେ ନବୀନ। ହେଲେ ନିର୍ବାଚନ ସମୟରେ ନବୀନ ତାଙ୍କ ଆଭିମୁଖ୍ୟରେ ସାମାନ୍ୟ ପରିବର୍ତନ କରିବା ସହିତ ସାମ୍ନାକୁ ଆଣିଥିଲେ ଓଡ଼ିଶାର ସ୍ବାର୍ଥ। ଓଡ଼ିଶାକୁ ଯିଏ ସହଯୋଗ କରିବ ତାହା ସହିତ ବିେଜଡି ଯିବା େନଇ ସଙ୍କେତ େଦଇଥିଲେ ନବୀନ। ନିର୍ବାଚନ ଫଳାଫଳ ପ୍ରକାଶ ପରେ ଜାତୀୟସ୍ତରରେ ଆଞ୍ଚଳିକ ଦଳର ବଡ଼ ଭୂମିକା ରହିବ େବାଲି କୁହାଯାଉଛି। ଏପରିସ୍ଥଳେ ନବୀନଙ୍କ ଉପରେ କଂଗ୍ରେସ, ପ୍ରସ୍ତାବିତ େଫଡେରାଲ ଫ୍ରଣ୍ଟର ନଜର ରହିଛି। କଂଗ୍ରେସ େନତା କମଳନାଥ ନବୀନଙ୍କ ସହିତ କଥା େହାଇ ସାରିଲେଣି। ସମ୍ଭବତଃ ବିେଜପି ଏ େକ୍ଷତ୍ରରେ ମଧ୍ୟ ପଛରେ ନାହିଁ।