ସ୍ଥଳଭାଗ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଫନି’ : ପୁରୀରୁ ୧୩୦, ଗୋପାଳପୁରରୁ ୭୫ କିଲୋମିଟର ଦୂରରେ ରହିଛି ବାତ୍ୟା ଫନି, ବଢ଼ୁଛି ପବନର ବେଗ, ଅଶାନ୍ତ ହେଉଛି ସମୁଦ୍ର

ଭୁବନେଶ୍ୱର : ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଫନି । ପୁରୀରୁ ୧୩୦ କିମି ଦୂରରେ ରହିଛି ସାଂଘାତିକ ବାତ୍ୟା ଫନି । ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପୁରୀ ଆଡକୁ ମାଡି ଆସୁଥିବା ଫନି ସକାଳ ୮ଟାରୁ ୧୦ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେହିଭଳି ଏହା ଏବେ ଗୋପାଳପୁରରୁ ୭୫ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ଏହି ବାତ୍ୟାର ପ୍ରକୋପ ବଢି ଚାଲିଥିବା ବେଳେ ୧୯୦ କିଲୋମିଟର ବେଗରେ ପବନ ବହୁଛି । ତେଣୁ ଏହା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ପାଖାପାଖି ଘଣ୍ଟାପ୍ରତି ପ୍ରାୟ ୨୦୦ କିଲୋମିଟରରୁ ଅଧିକ ରହିପାରେ।

ସ୍ଥଳଭାଗ ଆଡକୁ ଫନି ଯେତିକି ଜୋରରେ ମାଡି ଆସୁଛି ପବନ ଓ ବର୍ଷାର ପରିମାଣର ସେତିକି ଜୋରରେ ବଢିଚାଲିଛି । ଗୋପାଳପୁରରେ ଏବେ ୧୦୫ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଏପର୍ଯ୍ୟନ୍ତ ୧୩୯ ମିମିର ବର୍ଷା ହୋଇଛି । ସେହିଭଳି ପୁରୀରେ ପବନର ବେଗ ବଢି ବଢି ଚାଲିଥିବା ବେଳେ ବର୍ଷା ଥମିବାର ନାଁ ନେଉନାହିଁ ।

ସମ୍ବନ୍ଧିତ ଖବର