ଫନିକୁ ୮ ଦିନ : ମୁକାବିଲା ଚାପ ବଢ଼ିଲା

କ୍ଷୟକ୍ଷତିର ବ୍ୟାପକତା ସ୍ଥିତିକୁ ଗମ୍ଭୀର କରିଛି, ଅଧୈର୍ଯ୍ୟ ହେଲେଣି ଲୋକେ, ବିରୋଧୀ ଘେରିଲେ, ଏସ୍‌ଆର୍‌ସିଙ୍କୁ ରାଜ୍ୟପାଳ ମାଗିଲେ ରିପୋର୍ଟ

ଭୁବନେଶ୍ବର : ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ‌ଗତ ଶୁକ୍ରବାର ତାଣ୍ଡବ ରଚାଇଥିଲା। ବାତ୍ୟା ଓଡ଼ିଶା ଛୁଇଁବା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ପ୍ରଶାସନ। ଭୀଷଣ ରୂପ େନଇ ‘ଫନି’ ସ୍ଥଳଭାଗକୁ ଘାଣ୍ଟି ଚକଟି ଦେଇଥିଲେ ହେଁ ମୃତ୍ୟୁ ସଂଖ୍ୟା ୪୧ରେ ସୀମିତ ରହିଛି। ସେଥିପାଇଁ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି ସରକାର।

ଇତିମଧ୍ୟରେ ବାତ୍ୟାକୁ ୮ ଦିନ ପୂରିଗଲାଣି। କିନ୍ତୁ ବାତ୍ୟା ପରବର୍ତୀ ପରିସ୍ଥିତି ମୁକାବିଲା େକ୍ଷତ୍ରରେ ଅବ୍ୟବସ୍ଥା ସରକାରଙ୍କୁ ଅଣନିଃଶ୍ବାସୀ କରି ଦେଲାଣି। େଲାକେ ଧୀରେ ଧୀରେ ‌େଧୖର୍ଯ୍ୟ ହରାଉଛନ୍ତି। କିଛି ଜାଗାରେ ଉତ୍ତ୍ୟକ୍ତ େହାଇପଡିଲେଣି। ଏଯାଏ ଚୁପ ରହିଥିବା ବିେରାଧୀ ରାଜନୈତିକ ଦଳ ବି ମୁହଁ େଖାଲି ସରକାରଙ୍କୁ ସମାେଲାଚନା କରିବା ଆରମ୍ଭ କରିଛନ୍ତି।

ବାସ୍ତବତା େହଲା, ଫନି ଏପରି ପ୍ରଳୟ କରିଛି େଯ େକଉଁଠୁ ଭିତ୍ତିଭୂମି ସଜାଡ଼ିବା କାମ ଆରମ୍ଭ କରାଗଲେ, େଲାକେ ସନ୍ତୁଷ୍ଟ ହେବେ, କାହାକୁ ପଛରେ ସଜାଡ଼ିଲେ ଚଳିବ, ତାହା ଅଧିକାରୀମାେନ ସ୍ଥିର କରିପାରୁନାହାନ୍ତି। କାରଣ ପିଇବା ପାଣିଠାରୁ ଆରମ୍ଭ କରି ଲାଇଟ୍ ପର୍ଯ୍ୟନ୍ତ, ପର୍ଯ୍ୟଟନଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟ ସବୁକିଛି ଉଜୁଡ଼ିଯାଇଛି। ଯାହାକୁ ସୁଧାରିବାକୁ ଚାହୁଁଛନ୍ତି, ତାହା ତ ତତ୍କାଳ ସ୍ବାଭାବିକ ଅବସ୍ଥାକୁ େଫରିଆସିବାର ପ୍ରଶ୍ନ ଉଠୁନି, ଓଲଟା ଅନ୍ୟ ସବୁ େକ୍ଷତ୍ରରୁ ଚାପ ବଢ଼ିବାରେ ଲାଗିଲାଣି। ଆଗକୁ ରଥଯାତ୍ରା। ତା’ ପୂର୍ବରୁ ପୁରୀ ଓ ଭୁବନେଶ୍ବରରେ ପରିବହନଠାରୁ ଆରମ୍ଭ କରି ପରିମଳ ପର୍ଯ୍ୟନ୍ତ ସବୁକିଛିରେ କେତେ ଶୀଘ୍ର ପରିବର୍ତନ େହାଇପାରିବ, ତାହା ସରକାରଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା େହାଇଛି।

ଏ ପର୍ଯ୍ୟନ୍ତ ସରକାର ରାସ୍ତା ସଫା, ବିଦ୍ୟୁତ ଓ ପାଣି ଯୋଗାଣକୁ ସ୍ବାଭାବିକ କରିବା କାର୍ଯ୍ୟରେ ସୀମିତ ଅଛନ୍ତି। ଭିତ୍ତିଭୂମି ସଜାଡ଼ିବାକୁ ଅଧିକରୁ ଅଧିକ ଲୋକଙ୍କୁ ସେସବୁ େକ୍ଷତ୍ରରେ ନିୟୋଜିତ କରାଯାଉଛି। ଅନ୍ୟ ରାଜ୍ୟରୁ ହଜାର ହଜାର ଶ୍ରମିକ, କର୍ମଚାରୀଙ୍କୁ ଅଣାଯାଇ ନିେୟାଜିତ କରିଛନ୍ତି, ଅନ୍ୟ ଜିଲ୍ଲାରୁ ବି। ମାତ୍ର ସେମାନଙ୍କୁ କେଉଁଠି ରଖାଯିବ ଓ କିପରି ଖାଇବାକୁ, ପିଇବାକୁ ଦିଆଯିବ ତାହା ବି ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପ୍ରବଳ ଖରା ଓ ଗୁଳୁଗୁଳି ସ୍ଥିତିକୁ ଅଧିକ ସଙ୍ଗିନ କରିଦେଉଛି।

ଅନ୍ୟପକ୍ଷରେ ଜନଅସନ୍ତୋଷ ଥମୁନି। କେଉଁଠି ରିଲିଫ୍ ପହଞ୍ଚିନି ବୋଲି ପ୍ରତିବାଦର ସ୍ବର ଶୁଭୁଛି ତ କେଉଁଠି ବିଜୁଳି, ପାଣି ପାଇଁ ଲୋକ ରାସ୍ତାକୁ ଆସିଯାଇଛନ୍ତି। ସଚିବମାନେ ଉପର ସ୍ତରରେ ବସି ଗଣମାଧ୍ୟମକୁ ବିବୃତି ଦେଉଛନ୍ତି। ଅଥଚ ତଳ ସ୍ତରରେ କାମ କରୁଥିବା କର୍ମଚାରୀମାନେ ପ୍ରତିଦିନ ଲୋକଙ୍କ ରୋଷର ଶୀକାର ହେଉଛନ୍ତି। କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି େହଲାଣି।

ଦିନ ଯେତିକି ଗଡ଼ୁଛି, ପରିସ୍ଥିତି ସେତିକି ଜଟିଳ ହେବାରେ ଲାଗିଛି। ବିଭିନ୍ନ ଆଡ଼ୁ ସରକାରଙ୍କ ଉପରେ ଚାପ ବଢୁଛି। ନିଜେ ପ୍ରଧାନମନ୍ତ୍ରୀ ଆସି ସ୍ଥିତି ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ବି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି। କ୍ୟାବିନେଟ୍‌ ସଚିବ ନୂଆଦିଲ୍ଲୀରୁ ପ୍ରତିଦିନ ସ୍ଥିତିର ସମୀକ୍ଷା କରୁଛନ୍ତି। ୧୨ ତାରିଖରେ କେନ୍ଦ୍ରୀୟ ଦଳ ଆସି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ।

ସେହିଭଳି ମୁଖ୍ୟ ସଚିବ ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି। ବହୁ ବରିଷ୍ଠ ଆଇଏଏସ୍‌ ଅଫିସର୍‌ଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ପ୍ରତିଦିନ ପୁରୀକୁ ବିଭିନ୍ନ ବିଭାଗର ସଚିବଙ୍କ ଗସ୍ତ ଜାରି ରହିଛି। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ସିଧାସଳଖ ତଦାରଖ କରିବା ପାଇଁ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଆଜି ପୁରୀ ପଠାଯାଇଛି। ସେ ପୁରୀରେ ରହି ସର୍ବାଧିକ ପ୍ରଭାବିତ ଅଞ୍ଚଳ ପୁରୀ ସହର, ୪ଟି ବ୍ଲକ୍ ପୁରୀ ସଦର, ସତ୍ୟବାଦୀ, କୃଷ୍ଣପ୍ରସାଦ ଓ ବ୍ରହ୍ମଗିରିରେ ସବୁ କାର୍ଯ୍ୟ ପରଖିବେ।

ସେପଟେ ଏଯାଏ ପର୍ଯ୍ୟଟନ, ଶିକ୍ଷାନୁଷ୍ଠାନ, ପଶୁସଂପଦ ସୁରକ୍ଷା ଆଦି ଦିଗରେ ଅନେକ କାମ ବାକି ଅଛି। ଏସବୁ େକ୍ଷତ୍ରରେ ଯେଉଁ ବିଶାଳ କ୍ଷତି ହୋଇଛି, ସେଥିରେ ଅଧିକାରୀ ହାତ ମାରି ନାହାନ୍ତି।

ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ସରକାର ସିନା ଜିଲ୍ଲାପାଳ ବଦଳାଇ ଦେଲେ। କିନ୍ତୁ ନୂଆ ଜିଲ୍ଲାପାଳ ତତ୍କାଳ ସ୍ଥିତି ଆୟତ୍ତକୁ ଆଣିବା ଅବସ୍ଥାରେ ନାହାନ୍ତି। ଘନ ଘନ ବୈଠକ, ବାବୁମାନଙ୍କ ମାତ୍ରାଧିକ ସମୀକ୍ଷା କାରଣରୁ ତଳସ୍ତରରେ କାର୍ଯ୍ୟ ମଧ୍ୟ ଅନେକାଂଶରେ ପ୍ରଭାବିତ େହଉଛି।

ଏମିତି ସମୟରେ ସରକାର ଚଳିତ ମାସ ୧୧ ଓ ୧୨ ତାରିଖ ଦ୍ବିତୀୟ ଶନିବାର ଓ ରବିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି।। ଏହି ଦୁଇଦିନ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ଯେପରି ବ୍ୟାହତ ନହୁଏ ସେଥିପାଇଁ ବାତ୍ୟା ପ୍ରଭାବିତ ଖୋର୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ସରକାର ବାତ୍ୟାକୁ ନେଇ ବିବ୍ରତ ଥିଲା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବାତ୍ୟା କ୍ଷୟକ୍ଷତି, ରିଲିଫ୍ ପରିଚାଳନା େନଇ ତନାଘନା ଆରମ୍ଭ କରିଛନ୍ତି। ରାଜଭବନ ପକ୍ଷରୁ ସ୍ବତନ୍ତ୍ର ରିଲିଫ୍ କମିସନଙ୍କୁ ଚିଠି କରାଯାଇ ଏ ସଂକ୍ରାନ୍ତରେ ରିେପାର୍ଟ ମଗାଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ରାଜଭବନ ପକ୍ଷରୁ ଜଣେ ଅଧିକାରୀ ଆଜି ଏସ୍ଆରସିଙ୍କ ଅଫିସରେ ବସି ଏ ସଂକ୍ରାନ୍ତ ତଥ୍ୟ େନଇଛନ୍ତି। ରାଜ୍ୟପାଳ ପ୍ରଫେସର ଲାଲ ଗତ କିଛି ଦିନ ଧରି ‘ଫନି’ ପ୍ରଭାବିତ ଅଞ୍ଚଳ ବୁଲୁଥିଲେ।

ବାତ୍ୟାରେ କେତେ ଅଞ୍ଚଳ ପ୍ରଭାବିତ େହାଇଛି। କେତେ େଲାକଙ୍କୁ ସ୍ଥାନାନ୍ତର କରାଯାଇଥିଲା। କେଉଁ େକଉଁ ଅଞ୍ଚଳରେ ପୁନର୍ନିମାଣ କାର୍ଯ୍ୟ ଚାଲିଛି। େସ େନଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଦିନ ସୂଚନା ଓ େଲାକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି। ଏଭଳି ସମୟରେ େକଉଁ ପରିସ୍ଥିତିରେ ରାଜଭବନ ପକ୍ଷରୁ ତଥ୍ୟ ମଗାଗଲା? ସରକାର ନିଜ ଆଡୁ ରାଜ୍ୟପାଳଙ୍କୁ ଅବଗତ କରିନାହାନ୍ତି କି? ଯଦି ଅବଗତ କରିଛନ୍ତି ତା ପରେ ରାଜଭବନ େଖାଳତାଡ କରିବା ପଛର କାରଣ କଣ େହାଇପାରେ? ଏସବୁ ପ୍ରଶ୍ନ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ େହାଇଯାଇଛି।

ପୂର୍ବରୁ ରାଜ୍ୟପାଳ ବିଭିନ୍ନ ଜିଲ୍ଲା ଗସ୍ତ କରି ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। କେବଳ ସେତିକି ନୁହେଁ, ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲାରେ ସମୀକ୍ଷା ବୈଠକ େନଇଥିଲେ।

ସମ୍ବନ୍ଧିତ ଖବର