ଭୁବନେଶ୍ବର : ବାତ୍ୟା 'ଫନି'ରେ ଗତକାଲି ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସରକାର ରିପୋର୍ଟରେ ପ୍ରକାଶ କରିଥିଲେ। ହେଲେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉଜଣଙ୍କର ବାତ୍ୟାରେ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ସରକାରୀ ହିସାବ କହୁଛି ଏବେସୁଦ୍ଧା 'ଫନି'ରେ ମୋଟ ୩୫ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି। ଆଉ ବାତ୍ୟା ଯୋଗୁଁ ୧୪ଟି ଜିଲ୍ଲାରେ ମୋଟ ୧ କୋଟି ୪୦ ଲକ୍ଷ ୬୦ ହଜାର ୬୦୨ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି। ସେଗୁଡ଼ିକ ହେଲା ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ,ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼ ଏବଂ ପୁରୀ। ଯେଉଁଥିରେ ୧୫୫ଟି ବ୍ଲକ ସମେତ ୫୧ଟି ସହରାଞ୍ଚଳ, ୧୬ ହଜାର ୭୪ଟି ଗ୍ରାମରେ ଏହି ବାତ୍ୟା କ୍ଷୟକ୍ଷତି ଘଟାଇଛି। ସରକାରୀ ରିପୋର୍ଟରେ ଦର୍ଶାଯାଇଛି, ବ୍ୟାପକ କ୍ଷତି ଘଟିଥିବା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏବେବି ରାସ୍ତା ସଫେଇ କାର୍ଯ୍ୟ ଜାରି ଅଛି। ଭୁବନେଶ୍ବର ସମେତ ଏସବୁ ଜିଲ୍ଲାରେ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ପ୍ରଭାବିତ ଜିଲ୍ଲାରୁ ମୋଟ ୧୪ ଲକ୍ଷ ୧୮ ହଜାର ୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ୨୪ ହଜାର ୮୮୯ଜମ ପର୍ଯ୍ୟଟକଙ୍କୁ ପୁରୀ, ବାଲେଶ୍ବର, ଗଞ୍ଜାମ ଓ କଟକରୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି। ପିଇବା ପାଣି ସମସ୍ୟା ଦୁର କରିବାକୁ ପଡୋଶୀ ଜିଲ୍ଲାରୁ ପୁନରୁଦ୍ଧାର କରିବା ଦଳଙ୍କୁ ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ମୁତୟନ କରାଯାଇଛି। ବିଦ୍ୟୁତ ସରବରାହ ପୁନଃଅବସ୍ଥାପିତ କରିବା ପାଇଁ ପୁରୀ, ଭୁବନେଶ୍ବର ଓ ଖୋର୍ଦ୍ଧା ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗରୁ ଠିକାଦାରୀ ସଂସ୍ଥା ଏଲ ଆଣ୍ଡ ଟି, ପିଜିସିଆଇଏଲ, ଟାଟା ପାଵାର ଏବଂ ଏନଟିପିସି ଜରିଆରେ ଅଧିକ ୨୦୦ ଗ୍ୟାଙ୍ଗଙ୍କୁ ନିୟୋଜିତ କରାଯାଇଛି।
‘ଫନି’ ବିପର୍ଯ୍ୟୟ ନେଇ ଏସଆରସିଙ୍କ ସ୍ଥିତି ରିପୋର୍ଟ : ଏବେସୁଦ୍ଧା ମୃତ୍ୟୁସଂଖ୍ୟା ୩୫
୧୪ ଜିଲ୍ଲାର ମୋଟ ୧ କୋଟି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ, କେନ୍ଦ୍ରାପଡ଼ାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଲା
/sambad/media/post_attachments/wp-content/uploads/2019/05/AKS_4633.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)