କଟକ : ବାତ୍ୟା ଫନି ପ୍ରଭାବିତ ଅଞ୍ଚଳରେ ତରୁନ୍ତ ରିଲିଫ୍, ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ପ୍ରସଂଗକୁ ନେଇ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଛି। ଡକ୍ଟର ଜଷ୍ଟିସ ଏ.କେ.ରଥ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ପ୍ରସଂଗରେ ଆବେଦନକାରୀଙ୍କ ରହିଥିବା ଅଭିଯୋଗ ଉପରେ ବିଚାରକରି ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ମାମଲା ପରିଚାଳନା କରୁଥିଲେ।
ଫନି ପ୍ରଭାବିତଙ୍କୁ ସହାୟତା ପ୍ରସଂଗ : ଅଭିଯୋଗ ଉପରେ ଶୁଣାଣି କରି ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2019/05/ohc-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)