ପୁରୀ : ପୁରୀ ଜିଲ୍ଲା ପ୍ରଶାସନ ଏବେ ‘ଫନି’ ସହାୟତା ବଣ୍ଟନ ଅନିୟମିତତାକୁ ନେଇ ପ୍ରବଳ ଚାପରେ ରହିଛି। ନେତାଙ୍କ ରୋଷରୁ ବଞ୍ଚିବା ପାଇଁ ଜିଲ୍ଲା ପ୍ରଶାସନ ‘ଫନି’ ସହାୟତାରୁ ବଞ୍ଚିତ ଲକ୍ଷାଧିକ ଯୋଗ୍ୟ ବିପନ୍ନଙ୍କ କଥା ଭୁଲି ଏବେ ଅଯୋଗ୍ୟ ଚିହ୍ନଟରେ ବ୍ୟସ୍ତ ରହିଛି। ଯେଉଁ ବିପନ୍ନମାନଙ୍କୁ ‘ଫନି’ ଟଙ୍କା ମିଳିଥିଲା ଏବେ ସେମାନେ ଯୋଗ୍ୟ କି ଅଯୋଗ୍ୟ ତା’ର ତଦନ୍ତ କରାଯାଉଛି। ଅଯୋଗ୍ୟ ଲୋକଙ୍କୁ ବିପନ୍ନ ତାଲିକାରେ ସାମିଲ କରିଥିବା କାରଣରୁ ପୁରୀ ଜିଲ୍ଲାପାଳ ଗତ ୧୧ ତାରିଖରେ ଗୋପ ବ୍ଲକ୍ର ବରିମୁଣ୍ଡ ସର୍କଲର ଆର୍ଆଇ ଚନ୍ଦନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି। ଗୋପ ତହସିଲଦାରଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ ଗୋପ ତହସିଲ ନୁହେଁ, ଏବେ ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ, ସତ୍ୟବାଦୀ ଓ ଅନ୍ୟ ତହସିଲରେ ମଧ୍ୟ ଅଯୋଗ୍ୟଙ୍କୁ ଯୋଗ୍ୟ କରିଥିବା ଆର୍ଆଇମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଫନିର ୬ ମାସ ପରେ, ବ୍ୟାଙ୍କରୁ ଟଙ୍କା ଉଠାଇ ନେଇ ଘର ତୋଳି ସାରିବା ପରେ ଆର୍ଆଇ ଓ ଅଧିକାରୀମାନେ କିଭଳି ଯୋଗ୍ୟ, ଅଯୋଗ୍ୟ ଚିହ୍ନଟ କରିବେ, ସେନେଇ ସେମାନେ ମଧ୍ୟ ଅଡୁଆରେ ପଡିଛନ୍ତି। ପଞ୍ଚାୟତର ଲୋକ ପ୍ରତିନିଧିମାନେ ଏବେ ଏହି ଅଡୁଆକୁ ନେଇ ନେତାଙ୍କ ପାଖରେ ପହଞ୍ଚିଲେଣି।
ଯୋଗ୍ୟଙ୍କୁ ଛାଡ଼ି ଅଯୋଗ୍ୟଙ୍କ ପଛରେ ପ୍ରଶାସନ, ପୁରୀ ଜିଲ୍ଲାରେ ‘ଫନି’ ବିପନ୍ନ ଏବେ ବି ନିରାଶ
/sambad/media/post_attachments/wp-content/uploads/2019/08/FANI-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)