ଟାଙ୍ଗି : ଫନିବାତ୍ୟାକୁ ଇତି ମଧ୍ୟରେ ଛ’ ମାସ ପୂରିଛି, ହେଲେ ପ୍ରଶାସନିକ ଅପାରଗତା ଯୋଗୁ ହେଉ ଅବା ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଥିବା ସରକାରୀ କର୍ମଚାରୀଙ୍କ ଦୁର୍ବଳତା ଯୋଗୁ ହେଉ ଟାଙ୍ଗି ବ୍ଲକ୍ ଅଧୀନସ୍ଥ ଚିଲିକାକୂଳିଆ ସୁନ୍ଦରପୁର ପଞ୍ଚାୟତର ସୁନ୍ଦରପୁର କଲୋନିର ବହୁ ବ୍ୟକ୍ତିଙ୍କ ବାସଗୃହ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ସର୍ଭେ ରିପୋର୍ଟରେ ସେମାନଙ୍କ ନାଁ-ଗନ୍ଧ ନାହିଁ। ସର୍ଭେ ରିପୋଟ ପ୍ରସ୍ତୁତ କରିଥିବା ଶିକ୍ଷକମାନଙ୍କର ସରଳତାର ସୁଯୋଗ ନେଇ ଆଂଶିକ କ୍ଷତିଗ୍ରସ୍ତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ରହିଥିବା ବେଳେ, ଓଳିଏ ଖାଇଲେ ଓଳିଏ ଉପବାସ ରହୁଥିବା ଏପରିକି ଫନି ବାତ୍ୟାରେ ସେମାନଙ୍କର ଝାଟିମାଟି ଘର ଧରାଶାୟୀ ହୋଇଥିଲେ ହେଁ ସେମାନଙ୍କ ପ୍ରତି କାହାରି ଦରଦ ନାହିଁ। ସୁନ୍ଦରପୁର କଲୋନିର ହେମନ୍ତ କୁମାର ମଣ୍ତଳଙ୍କର ଦୁଇ ବଖରା ଚାଳଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସଂପର୍କରେ ଜୁନ୍ ୨୬ ତାରିଖରେ ଟାଙ୍ଗି ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲଦାରଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ସେ ନ ଶୁଣିବାରୁ ହେମନ୍ତ ଗତ ସେପ୍ଟମ୍ବର ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରିଥିଲେ। ସେହିପରି ସୁନ୍ଦରପୁର କଲୋନିର ଜଗବନ୍ଧୁ ମଣ୍ତଳ, ରାଜୀବ କୁମାର ରାୟଙ୍କ ଭଳି ଅନେକ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତଦନ୍ତ ରିପୋର୍ଟରେ ସ୍ଥାନ ଦିଆଯାଇନଥିବା ଅଭିଯୋଗ ହେଉଛି। ଉପରୋକ୍ତ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଟାଙ୍ଗି : ଫନିବାତ୍ୟାକୁ ଛ’ମାସ ପୂରିଲା, କ୍ଷତିଗ୍ରସ୍ତଙ୍କୁ ମିଳୁନି ସହାୟତା
/sambad/media/post_attachments/wp-content/uploads/2019/08/fani-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)