ଭୁବନେଶ୍ବର : ଚଳିତ ବର୍ଷ ବଙ୍ଗୋପସାଗରରୁ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ସେପ୍ଟେମ୍ବରରେ ୩ଟି ଲଘୁଚାପ ଓ ଗୋଟିଏ ବାତ୍ୟା ପରେ ଏବେ ଅକ୍ଟୋବରରେ ବି ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧିଲାଣି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ରିପୋର୍ଟ ଅନୁସାରେ ଉତ୍ତର-ଆଣ୍ଡାମାନ ସାଗରରେ ଆସନ୍ତା ୮-୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୪-୫ ଦିନରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ଏକ ବାତ୍ୟା ରୂପ ନେଇ ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।
/sambad/media/post_attachments/wp-content/uploads/2021/10/2.gif)
ଏହି ଲଘୁଚାପଟି ବାତ୍ୟାରେ ପରିଣତ ହେଲେ ତାହାର ନାଁ ‘ଜାଓ୍ବାଦ’ ରଖାଯିବ । ସାଉଦି ଆରବ ପକ୍ଷରୁ ଏହି ନାମକରଣ କରାଯାଇଛି ।
ଏହି ବାତ୍ୟା ଓଡ଼ିଶା ଆଡ଼କୁ ଆସୁଥିବାରୁ ଚଳିତ ବର୍ଷ ଦଶହରା ଉତ୍ସବ ଫିକା ପଡ଼ିବାର ସମ୍ଭାବନା ରହିଛି । କରୋନା କଟକଣା ଯୋଗୁଁ ପୂର୍ବରୁ ହିଁ ଦଶହରାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ କମ ଥିଲା । ଏବେ ବାତ୍ୟା ଆସୁଥିବାରୁ ଦଶହରା ସଂପୂର୍ଣ୍ଣ ଧୋଇଯିବାର ଆଶଙ୍କା ଦେଖାଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/WhatsApp-Image-2021-10-06-at-17.20.53.jpeg)