ତିତ୍‌ଲି ବାତ୍ୟା : ୫ଟି ଜିଲ୍ଲାର ତଳି ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି

ଭୁବନେଶ୍ୱର: ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ୍‌ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ସକାଳ ୫ଟା ୩୦ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସର୍ବାଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ୫ଟି ଜିଲ୍ଲାର ସମୁଦ୍ରକୂଳିଆ ଓ ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାସ୍ତର କରୁଛନ୍ତି।

ସୂଚନା ମୁତାବକ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନାନ୍ତର ଚାଲିଛି। ଏହି ଜିଲ୍ଳାରେ ଲୋକମାନଙ୍କୁ ସ୍କୁଲ, କଲେଜ ଓ ବନ୍ୟା ଆଶ୍ରୟସ୍ଥଳୀ ଆଦି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଏଠାରେ ଏମାନଙ୍କ ପାଇଁ ରନ୍ଧା ଖାଦ୍ୟର ବି ବନ୍ଦୋବସ୍ତ କରାଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ତିତ୍‌ଲି ଛୁଇଁବାକୁ ଥିବା ହେତୁ ଜିଲ୍ଳାର ଗଞ୍ଜାମ, ଛତ୍ରପୁର , ରଙ୍ଗେଇଲୁଣ୍ଡା, ଚିକିଟିି ବ୍ଲକର ୨୦୦ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ନିଜ କାମ ଆରମ୍ଭ କରି ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାର ଏରସମା, ତିର୍ତୋଲ୍‌, କୁଜଙ୍ଗ ଓ ବାଲିକୁଦା ବ୍ଲକର ତଳି ଅଞ୍ଚଳରେ ସ୍ଥାନାନ୍ତରଣ ମଧ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର