ଭୁବନେଶ୍ବର: ରାତି ପାହିଲେ ମହାବାତ୍ୟାକୁ ପୂରିବ ୨୬ ବର୍ଷ । ସେଦିନ ଥିଲା ୧୯୯୯ ମସିହା, ଅକ୍ଟୋବର ମାସ ୨୯ ତାରିଖ । ଠିକ ୨୬ ବର୍ଷ ତଳେ ଏହି ଅକ୍ଟୋବର ମାସରେ ହିଁ ଆସିଥିଲା ଓଡିଶା ଇତିହାସର ସବୁଠୁ ପ୍ରଳୟଙ୍କାରୀ ବାତ୍ୟା । ଯାହାର ଦାଗ ଆଜି ବି ଓଡ଼ିଶାବାସୀଙ୍କ ଛାତିରୁ ଲିଭିନି । ଦିନ ସିନା ଯାଇଛି ଚିହ୍ନ କିନ୍ତୁ ଏବେବି ଅଛି । ଅବିଶ୍ରାନ୍ତ ବର୍ଷା ସହ ସୁ ସୁ ଗର୍ଜନ କରୁଥିଲା ପବନ । ହଠାତ ଆକାଶରେ ଘୋଟି ଆସିଥିଲା ଆତଙ୍କର କଳା ବାଦଲ । ଅଚାନକ ବଦଳି ଯାଇଥିଲା ସବୁକିଛି । ମେଘ ମାଡି ଆସିଥିଲା, ପବନ ବୋହିବାକୁ ଲାଗିଥିଲା । ମଝି ସମୁଦ୍ରରୁ ବିକଟାଳ ଗର୍ଜନ ଛାଡି ସ୍ଥଳ ଭାଗକୁ ମାଡି ଆସିଥିବା ମହାବାତ୍ୟା ସବୁ କିଛି ଛାରଖାର କରିଦେଇଥିଲା । ଭାଙ୍ଗି ଯାଇଥିଲା ବଡ ବଡ ଗଛ , ଭାସି ଯାଇଥିଲା ଘରଦ୍ୱାର । ୨ ମହଲା ଉଚ୍ଚରେ ଜୁଆରରେ ଲୀନ ହୋଇଗଲା ଜନ,ଜୀବନ ସବୁକିଛି । ଉଜୁଡି ଯାଇଥିଲା ଲକ୍ଷ ଲକ୍ଷ ଘର, ପ୍ରାଣ ହରାଇଥିଲେ ହଜାର ହଜାର ଲୋକ । ପ୍ରାୟ ୧୦ ହଜାର ଲୋକଙ୍କ ପ୍ରାଣ ନେଇଥିଲା ଏହି ପ୍ରଳୟ । ଆସନ୍ତାକାଲି ସେହି କଳା ଦିନକୁ ପୂରିବ ୨୬ ବର୍ଷ । ସୁପର ସାଇକ୍ଲୋନକୁ ଏମିତି ଏକ ସମୟରେ ୨୬ ବର୍ଷ ପୂରଣ ହେଉଛି ଯେଉଁ ସମୟରେ ଆଉ ଏକ ସାଇକ୍ଲୋନର ସ୍କାନରରେ ରହିଛି ଓଡିଶା । ଯଦିଓ ବାତ୍ୟା ମୋନ୍ଥା ଓଡିଶାରେ ଲ୍ୟାଣ୍ଡଫଲ କରିବନି ମାତ୍ର ବାତ୍ୟାର ପ୍ରଭାବ ପଡିବ ।
/filters:format(webp)/sambad/media/media_files/2025/10/28/super-cyclone-2025-10-28-17-02-29.webp)
ଅଶୁଭ ଅକ୍ଟୋବର ୨୯ !
୨୬ ବର୍ଷ ତଳେ ଅକ୍ଟୋବର ମାସରେ ମହାବାତ୍ୟା ସହ ମୁହାଁମୁହିଁ ହୋଇଥିଲେ ଓଡିଶାବାସୀ । ଅକ୍ଟୋବର ୨୯ରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁଥିଲା ମହାବାତ୍ୟା । ଯାହା ଥିଲା ଓଡିଶାର ସବୁଠାରୁ ବଡ଼ ବିପର୍ଯ୍ଯୟ, ଓଡିଶାର ପାଇଁ କଳା ଦିନ, କଳା ମାସ ଏବଂ କଳା ବର୍ଷ । ଆଉ ୨୬ ବର୍ଷ ପରେ ପୁଣି ସେହି ୨୯ ତାରିଖକୁ ନେଇ ଏକ ସଂଯୋଗ ଦେଖା ଦେଇଛି । ୨୯ ଅକ୍ଟୋବରରେ ମହାବାତ୍ୟା ଓଡିଶାରେ ତାଣ୍ଡବ ରଚିଥିବା ବେଳେ ପୁଣି ସେହି ୨୯ରେ ବାତ୍ୟା ମୋନ୍ଥାର ପ୍ରଭାବ ଓଡ଼ିଶାରେ ରହିବ । ଯଦିଓ ବାତ୍ୟା କାକିନାଡାରେ ଲ୍ୟାଣ୍ଡଫଲ କରିବ ମାତ୍ର ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଜୋରଦାର ପଡିବ ଆଉ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
/filters:format(webp)/sambad/media/media_files/2025/10/28/october-2025-10-28-17-03-54.webp)
ପଡ଼ିବ ମୋନ୍ଥାର ପ୍ରଭାବ
ଆଜି ରାତିରେ ଲ୍ୟାଣ୍ଡଫଲର ସମୟ ଥିବା ବେଳେ ଏହା ଅତିକ୍ରମ କରୁ କରୁ ରାତି ପାହିଯାଇପାରେ ବୋଲି ଅନୁମାନ କରାଯାଉଛି । ଆଉ ବାତ୍ୟା ପ୍ରଭାବରେ ଓଡିଶାରେ ଆଜି ତ ବର୍ଷା ହେଉଛି ମାତ୍ର ଆସନ୍ତାକାଲି ବି ବର୍ଷା ଜାରି ରହିବ । ୨୯ ତାରିଖ ସଂଧ୍ଯା ଯାଏଁ ବାତ୍ୟାର ପ୍ରଭାବ ଓଡିଶା ଉପରେ ରହିବ ।
ଆହୁରି ପଢନ୍ତୁ-
Cyclone Montha, Heavy Rain: ବାତ୍ୟା ‘ମୋନ୍ଥା’ର ପ୍ରଭାବ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ତି , ନବରଙ୍ଗପୁର ଜିଲ୍ଲାକୁ ବିପଦ ରହିଛି । ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପବନ ପାଇଁ ଆଜି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ତିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ତେଣୁ ଏସବୁକୁ ଦେଖିଲେ ଅକ୍ଟୋବର ୨୯ ତାରିଖକୁ ନେଇ ଲୋକଙ୍କ ମନରେ ଭୟ ଓ ଆଶଙ୍କା ବଢିଛି । ବର୍ଷା ପରେ ବନ୍ୟା ଆଶଙ୍କା କିମ୍ବା ଭୂସ୍ଖଳନ ବିୁପଦ ଓଡିଶାକୁ ଘାରିଛି । ଆଜି ଗଜପତି ଅଧିକ ପ୍ରଭାବିତ ହୋଇଛି । ରାସ୍ତାରେ ଗଛ ପଡ଼ିଥିବା ନେଇ ଖବର ମିଳିଛି I ଗଜପତି ଜିଲ୍ଲା ବେଶି ପ୍ରଭାବିତ ହୋଇଛି I ଗଛ ପଡିବା ସଙ୍ଗେ ସଙ୍ଗେ ମାଟି ଅତଡା ଖସିଛି I ଯଦିଓ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାସରିଛି ତଥାପି ୨୯ ତାରିଖର ଏ ସଂଯୋଗ ଭୟ ଭରୁଛି ।
ଆହୁରି ପଢନ୍ତୁ-
Cyclone Montha: ବାତ୍ୟା ସମୟରେ ଟ୍ରେନ୍ ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ରେଳମନ୍ତ୍ରୀଙ୍କ ଗୁରୁତ୍ୱ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/28/october-29-2025-10-28-16-54-32.jpg)