ବାଂଲାଦେଶ ଅଭିମୁଖେ ଯାଇପାରେ ବାତ୍ୟା : ସ୍କାଏମେଟ୍

ଭୁବନେଶ୍ବର : ବଙ୍ଗୋପସାଗରରେ ବୁଧବାରସୁଦ୍ଧା ସୃଷ୍ଟି ହେବାକୁ ଥିବା ଲଘୁଚାପ ପରବର୍ତ୍ତି ୨୪ ଘଣ୍ଟାରେ ଏକ ଡିପ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ମେ ୬ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବ । ତେବେ ଏହି ବାତ୍ୟା ବଙ୍ଗୋପସାଗର ଭିତରେ ହିଁ ସୃଷ୍ଟି ହୋଇ ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପକ୍ଷରୁ କୁହାଯାଇଛି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହା ଗତିପଥ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହି ବାତ୍ୟାର ନାମକରଣ ଅସାନି ବୋଲି ଦିଆଯିବ । ଶ୍ରୀଲଙ୍କା ପକ୍ଷରୁ ଏହାର ନାମକରଣ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ ଯଦି ବାତ୍ୟା ରୂପ ନେଇଥାନ୍ତା କ୍ରମାନ୍ବୟରେ ତାହାର ନାମ ଅସାନି ରହିଥାନ୍ତା ଓ ଚଳିତ ମାସରେ ଆସୁଥିବା ବାତ୍ୟାର ନାମ ସାଉଦି ଆରବର ନାମକରଣ ଅନୁସାରେ ସିତ୍ରାଙ୍ଗ ହୋଇଥାନ୍ତା । କିନ୍ତୁ ମାର୍ଚ୍ଚରେ ହୋଇଥିବା ଡିପ୍ରେସନ ବାତ୍ୟା ରୂପ ନ ନେବାରୁ ସେତେବେଳେ ଅସାନି ନାମଟି ଦିଆଯାଇନଥିଲା ।

ଏହି ବାତ୍ୟାଟି ଯଦି ସୃଷ୍ଟି ହୁଏ, ତେବେ ୨୦୨୦ର ଅମ୍ଫାନ ଓ ୨୦୨୧ର ୟାସ ପରେ ଏହା ହେବ ମଇ ମାସରେ ଆସିଥିବା ୩ୟ ସାମୁଦ୍ରିକ ବାତ୍ୟା ।

 

 

ସମ୍ବନ୍ଧିତ ଖବର