ରାଜନଗର: ବଙ୍ଗୋପସାଗରର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରେ ଜାହାଜର ଭଗ୍ନାବଶେଷ ଦେଖିବାକୁ ମିଳିଛି । କୂଳ ଠାରୁ ଅଳ୍ପ ଦୂରରେ ସମୁଦ୍ର ଭିତରେ ଏହି ଜାହାଜ ଭଗ୍ନାବଶେଷ ଦେଖିବାକୁ ମିଳିଛି । ଗତକାଲି ଠାରୁ ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିଲା । ଆଉ ଆଜି ସକାଳେ ସମୁଦ୍ରର ଭଟ୍ଟା ସମୟରେ ଜାହାଜଟିର ଭଗ୍ନାଂଶ ଦେଖିବାକୁ ମିଳିଛି । ଏହି ଭଗ୍ନାବଶେଷଟି ଆଲ୍ମୁନିୟମ ହୋଇଥିବାରୁ ଏହା ଇଂରେଜ ସମୟରେ ବୁଡିଥିବା ଜାହାଜର ଭଗ୍ନାଶ ବୋଲି କୁହାଯାଉଛି ।
ତେବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୂଳା ନାସୀ ଠାରୁ ୧ କିଲୋମିଟର ଆଗକୁ ବଙ୍ଗୋପସାଗର ସମୁଦ୍ରରେ ଦେଖିବାକୁ ମିଳିଛି ଜାହାଜର ଭଗ୍ନାବଶେଷ । ଛାଡ ସମୟରେ ସମୁଦ୍ର ଭିତରେ ଏହା ଦେଖାଯାଉଛି । ବେଳାଭୂମି ଠାରୁ ୧୦୦ ମିଟର ଭିତରେ ଜାହାଜ ଭଗ୍ନାବଶେଷଟି ଉପରକୁ ଦେଖାଯାଉଛି । ସଂପୂର୍ଣ୍ଣ ଜୁଆର ସମୟରେ ଏହା ପାଣି ଭିତରେ ବୁଡି ରହୁଛି । ସମୁଦ୍ରରେ ଚଳାଚଳ କରୁଥିବା ଟ୍ରଲର ଓ ବୋଟ ଗୁଡିକ ଫାଇଭର ଓ କାଠରେ ତିଆରି ହୋଇଥାଏ । ମାତ୍ର ସମୁଦ୍ରରେ ଦେଖାଯାଇଥିବା ଏହି ଜାହାଜ ଭଗ୍ନାବଶେଷଟି ଆଲୁମିନିୟମ ହୋଇଥିବାରୁ ଏହା ପୁରୁଣା ଜାହାଜର ଭଗ୍ନାଂଶ ବୋଲି କୁହାଯାଉଛି ।
ଆହୁରି ପଢନ୍ତୁ-
Naxal Surrender: ମାଓବାଦକୁ ମୁହଁ ମୋଡ଼ିଲେ, ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୭୨ ମାଓବାଦୀ…
ତେବେ ଏହି ଜାହାଜ ଭଗ୍ନାବଶେଷର ଗଠନ ଶୈଳୀ ଓ ଏହା ଆଲୁମିନିୟମରେ ତିଆରି ହୋଇଥିବାରୁ ଏହା ଇଂରେଜ ସମୟରେ ତିଆରି ଓ ବହୁ ବର୍ଷ ପୂର୍ବରୁ ବୁଡି ଯାଇଥିବା ଜାହାଜର ଭଗ୍ନାଂଶ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ସୂଚନା ମୁତାବକ ଠିକ ୧୦ ବର୍ଷ ତଳେ ଏହି ଜାହାଜର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା । ବର୍ଷେ ଦୁଇ ବର୍ଷ ଧରି ଭଗ୍ନାବଶେଷ ଦେଖିବାକୁ ମିଳିଥିଲା । ମାତ୍ର ତା ପରେ ଆଉ ଏହି ଭଗ୍ନାବଶେଷକୁ କେହି ଦେଖିବାକୁ ପାଇନଥିଲେ ।
ମାତ୍ର ଗତକାଲି ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିଲା ଓ ଉଚ୍ଚ ଉଚ୍ଚ ଜୁଆର ଉଠି ସ୍ଥଳ ଭାଗକୁ ମାଡିଆସିଥିଲା । ସମୁଦ୍ରର ଉଚ୍ଚ ଜୁଆରରେ ଏହି ଜାହାଜର ଭଗ୍ନାବଶେଷଟି କୂଳକୁ ଭାସି ଆସିଥିବା କୁହାଯାଉଛି । ପୂର୍ବରୁ ୧୦ ବର୍ଷ ତଳେ ଯେଉଁ ସ୍ଥାନରେ ଜାହାଜର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା ଏବେ ସେହି ସ୍ଥାନ ଠାରୁ ଅଳ୍ପ ଦୂରରେ ଏହା ଲାଗିଛି । ଏହି ଜାହାଜ ଭଗ୍ନାଂଶ କେଉଁଠୁ ଆସିଲା , ଏହା କେଉଁ ସମୟର ଜାହାଜ ଓ କେବେ , କେଉଁଠି ବୁଡିଥିଲା , ଏତେ ଦୂରକୁ ଭଗ୍ନାଂଶ କିପରି ଆସିଲା ସେନେଇ ଅନୁସନ୍ଧାନର ଆବଶ୍ୟକତା ରହିଛି । ଯେଉଁ ସ୍ଥାନରେ ଜାହାଜ ଭଗ୍ନାଂଶ ଲାଗିଛି ସେହି ବାଟ ଦେଇ ବନବିଭାଗ ପାଟ୍ରୋଲିଙ୍ଗ ଟିମ ଅତିଥି କଇଁଛ ଅଲିଭରିଡଲେଙ୍କ ସୁରକ୍ଷା ପାଇଁ ପଇଁତରା ମାରିଥାଏ । ଜୁଆର ସମୟରେ ଏହି ଭଗ୍ନ ଜାହାଜ ଉପରେ ମାଡ ନେଇ ଅଘଟଣର ଆଶଙ୍କା ବି ରହିଛି ।
ଆହୁରି ପଢନ୍ତୁ-
Cyclone Montha: ଚାଷୀଙ୍କୁ କନ୍ଦାଇଲା ବାତ୍ୟାଜନିତ ବର୍ଷା; ଧାନ-ପନିପରିବା ଫସଲ ବ୍ୟାପକ କ୍ଷତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/29/boat-ruins-found-2025-10-29-18-35-22.jpg)