ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୩୨ଟି ଟ୍ରେନ୍କୁ ବାତିଲ କରାଯାଇଛି। ଏଥିସହ ଗୋଟିଏ ଟ୍ରେନ୍ର ମାର୍ଗ ପରିବର୍ତ୍ତନ ସହ ଦୁଇଟି ଟ୍ରେନ୍ର ସଂକ୍ଷିପ୍ତ ଅବଧି ଘୋଷଣା ହୋଇଛି। ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ୨୭ରେ ବିଶାଖାପାଟଣା-କିରଣ୍ଡୁଲ ନାଇଟ୍ ଏକ୍ସପ୍ରେସ୍(୧୮୫୧୫), ବିଶାଖାପାଟଣା-କୋରାପୁଟ ଏକ୍ସପ୍ରେସ୍(୧୮୫୧୨), ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ୍(୧୮୫୨୬), ୨୮ରେ କିରଣ୍ଡୁଲ-ବିଶାଖାପାଟଣା ନାଇଟ୍ଏ କ୍ସପ୍ରେସ୍(୧୮୫୧୬), ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର(୫୮୫୦୧), କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୫୮୫୦୨), ବିଶାଖାପାଟଣା-କୋରାପୁଟ ପାସେଞ୍ଜର(୫୮୫୩୮), କୋରାପୁଟ-ବିଶାଖାପାଟଣା ପାସେଞ୍ଜର(୫୮୫୩୭), କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ୍(୧୮୫୧୧), ରାଜମହେନ୍ଦ୍ରୀ-ବିଶାଖାପାଟଣା ମେମୁ(୬୭୨୮୫), ବିଶାଖାପାଟଣା-ରାଜମହେନ୍ଦ୍ରୀ ମେମୁ(୬୭୨୮୬) ରହିଛି।
୨୮ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସତର୍କ ସୂଚନା
ସମସ୍ତ ଡିଭିଜନ୍ରେ ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
ଏହାବ୍ୟତୀତ ବିଶାଖାପାଟଣା-କାକିନାଡା ଏକ୍ସପ୍ରେସ୍(୧୭୨୬୮), କାକିନାଡ଼ା-ବିଶାଖାପାଟଣା ଏକ୍ସପ୍ରେସ୍(୧୭୨୬୭), ତିରୁପତି-ବିଶାଖାପାଟଣା ସ୍ପେସାଲ୍ ଏକ୍ସପ୍ରେସ୍(୦୮୫୮୪), ବିଶାଖାପାଟଣା-ଗୁଣ୍ଟୁର ଡବଲ୍ ଡେକର୍ ଉଦୟ ଏକ୍ସପ୍ରେସ୍(୨୨୮୭୫), ଗୁଣ୍ଟୁର-ବିଶାଖାପାଟଣା ଡବଲ୍ ଡେକର୍ ଉଦୟ ଏକ୍ସପ୍ରେସ(୨୨୮୭୬), ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍(୧୮୫୨୫), ବିଶାଖାପାଟଣା-ପଲାସା ମେମୁ (୬୭୨୮୯), ପଲାସା-ବିଶାଖାପାଟଣା ମେମୁ(୬୭୨୯୦), ବିଶାଖାପାଟଣା-ବିଜୟନଗରମ୍ ମେମୁ(୬୭୨୮୭), ବିଜୟନଗରମ୍-ବିଶାଖାପାଟଣା ମେମୁ(୬୭୨୮୮), କଟକ-ଗୁଣପୁର ମେମୁ(୬୮୪୩୩), ଗୁଣପୁର-କଟକ ମେମୁ(୬୮୪୩୪), ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର(୫୮୫୩୧), ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର(୫୮୫୩୨), ବିଶାଖାପାଟଣା-ଗୁଣପୁର ପାସେଞ୍ଜର(୫୮୫୦୬), ଗୁଣପୁର-ବିଶାଖାପାଟଣା ପାସେଞ୍ଜର(୫୮୫୦୫), ମେହବୁବ୍ନଗର-ବିଶାଖାପାଟଣା ଏକ୍ସପ୍ରେସ୍(୧୨୮୬୨), ଏମ.ଜି.ଆର. ଚେନ୍ନାଇ ସେଣ୍ଟ୍ରାଲ-ବିଶାଖାପାଟଣା ସାପ୍ତାହିକ ଏକ୍ସପ୍ରେସ୍( ୨୨୮୭୦), ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍(୧୮୪୬୩), ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍(୧୭୦୧୫), ଭୁବନେଶ୍ୱର-ପୁଡୁଚେରୀ ସାପ୍ତାହିକ ଏକ୍ସପ୍ରେସ୍(୨୦୮୫୧) ବାତିଲ ହୋଇଛି।
ଅନ୍ୟପକ୍ଷରେ ୨୮ ତାରିଖରେ ଟାଟାନଗରରୁ ଛାଡ଼ିବାକୁ ଥିବା ଟାଟାନଗର-ଏର୍ନାକୁଲମ୍ ଏକ୍ସପ୍ରେସ୍(୧୮୧୮୯) ପରିବର୍ତ୍ତିତ ମାର୍ଗ ଟିଟଲାଗଡ଼-ଲାଖୋଲି-ରାୟପୁର-ନାଗପୁର-ବହ୍ଲରଶାହ ଷ୍ଟେସନ ଦେଇ ଚାଲିବ। ୨୭ ତାରିଖରେ ଭୁବନେଶ୍ୱରରୁ ଛାଡ଼ିଥିବା ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍(୧୮୪୪୭) ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାରେ ରହିବ। ସେହିପରି ରାଉରକେଲାରୁ ଆଜି ଛାଡ଼ିଥିବା ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ୍(୧୮୧୦୭) ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାରେ ରହିବ। ବାତ୍ୟାକୁ ନଜରରେ ରଖି ପୂର୍ବତଟ ରେଳପଥର ସମସ୍ତ ଡିଭିଜନାଲ ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିରୀକ୍ଷଣ ଓ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ରହିଛି। ରିଅଲ୍-ଟାଇମ୍ ଅପଡେଟ୍ ପାଇଁ ଭାରତୀୟ ପାଣିପାଗ ବିଭାଗ ସହ ସମନ୍ୱୟ, ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ପୁନରୁଦ୍ଧାର ଦଳ ପ୍ରସ୍ତୁତ, ବିପଦପୂର୍ଣ୍ଣ ସ୍ଥାନରେ ରିଲିଫ୍ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି। ଯାତ୍ରୀ ସହାୟତା ପାଇଁ ପ୍ରମୁଖ ସ୍ଥାନରେ ଅତିରିକ୍ତ କର୍ମଚାରୀ, ଫସି ରହିଥିବା ଯାତ୍ରୀଙ୍କ ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ଖାଦ୍ୟ, ପାଣି ଓ ଆଶ୍ରୟସ୍ଥଳ ବ୍ୟବସ୍ଥା ହୋଇଛି। ରିଫଣ୍ଡ୍ ପାଇଁ ଅତିରିକ୍ତ କାଉଣ୍ଟର ଖୋଲାଯାଇଛି। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହେଲ୍ପଡେସ୍କ ମଧ୍ୟ କାର୍ଯ୍ୟ କରୁଛି। ଯାତ୍ରୀଙ୍କୁ ନ୍ୟାସନାଲ ଟ୍ରେନ୍ ଇନ୍କ୍ବାରି ସିଷ୍ଟମ, ଆଇଆର୍ସିଟିସି ୱେବ୍ସାଇଟ୍/ଆପ୍ ମାଧ୍ୟମରେ ଟ୍ରେନ୍ ଚାଳନ ଅପଡେଟ୍ ଯାଞ୍ଚ କରିବା, ଯାତ୍ରା ଆରମ୍ଭ ପୂର୍ବରୁ ନିକଟତମ ରେଳବାଇ ହେଲ୍ପଲାଇନ୍ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/23/g3mkdjswaaexc0y-2025-10-23-10-04-16.jpg)